ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖଠାରୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ। ପରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଚୀନ ଗସ୍ତ କରିବେ।
ଜାପାନ ଗସ୍ତ କାଳରେ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ।
ଏହା ପରେ ଚୀନ ଗସ୍ତ କାଳରେ ମୋଦୀ ତିଆନଜିନରେ ଅନୁଷ୍ଠିତ ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହା ସହିତ ବୈଠକକୁ ଆସିଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଦୀଙ୍କର ଦ୍ବିପାକ୍ଷିକ ଓ ବହୁପାକ୍ଷିକ ବୈଠକ ହେବ। ଏସସିଓ ବୈଠକକୁ ୨୦ଟି ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)