ଜୟପୁର, ୨୫ ଅଗଷ୍ଟ (ଜାଗ୍ରତ ଭାରତ)- ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ଓଡ଼ିଶା ଅମଲା ସଂଘ ୨୦୧୭ ମସିହାରୁ ସରକାରଙ୍କ ଦ୍ବାରସ୍ଥ ହୋଇ ସ୍ମାରକ ପତ୍ର, ଚରମ ପତ୍ର ପ୍ରଦାନ କରିଥିଲେ I କଳା ବ୍ୟାଜ ପରିଧାନ କରିଥିଲେ ଓ ସମୁହ ଛୁଟିରେ ଥାଇ ଆନ୍ଦୋଳନକୁ ଓହ୍ଲାଇଥିଲେ ପରିଶେଷରେ ସରକାର ତାଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ Iବିଗତ ସରକାରରେ ଜିଲ୍ଲା ସ୍ତରୀୟ ଅମଲା ମାନେ ନିରାଶ ହୋଇ ଧର୍ଯ୍ୟହରା ହୋଇ ପଡିଥିଲେ ଏନେଇ ନୂତନ ସରକାରରେ ପୁଣିଥରେ ଓଡ଼ିଶା ଅମଲା ସଂଘ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ଉପସ୍ଥାପନ କରିଥିଲେ I ଗତ ତା ୨୨.୦୮.୨୦୨୫ ରିଖ ଶୁକ୍ରବାର ଦିନ ଏନେଇ ଓଡ଼ିଶା ଅମଲା ସଂଘ ନେତୃବୃନ୍ଦ ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ଦାବିପତ୍ର ପ୍ରଦାନ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ I ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଓଡିଶା ଅମଲା ସଂଘର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ତା’ର ସମାଧାନ କରିବା ନିମନ୍ତେ ନିଶ୍ଚିତ କରାଇଥିଲେ Iଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ଅବଗତ ଥିବା ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I

May 25, 2026/
No Comments


