
ଢେଙ୍କାନାଳ: ବାଜିଚୌକ ସ୍ଥିତ ସହିଦ୍ ବାଜି ରାଉତ କ୍ଲବ ତରଫରୁ ଆଜି ଗଣେଶ ଙ୍କ ପାଖ ରେ ଅର୍ଣ୍ଣ ପ୍ରସାଦ ଲାଗି ହୋଇଥିଲା। ସ୍ଥାନୀୟ ବାଜିଚୌକ ବାଟ ମଙ୍ଗଳା ଙ୍କ ମନ୍ଦିର ରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ମାନେ ଅଂଶୁପା ରୁ ଆସିଥିବା ପଦ୍ମ ପତ୍ର ରେ ପ୍ରସାଦ ସେବନ କରିଥିଲେ। ଦହି ପଖାଳ, ଆଳୁ ଚଟଣି , ତରକାରୀ, ଶାଗ, ଖଟା ପକୁଡ଼ି ପ୍ରସାଦ ସେବନ କରିଥିଲେ। ମାଟି କୁଡୁଆ ରେ ଦହି ପଖାଳ ସେବନ କରିଥିଲେ।ସଭାପତି ଉମେଶ ବେହେରା, ସଂପାଦକ ବିଶ୍ବଜିତ ବେହେରା, ସଭ୍ୟ ସୁଶୀଲ ଗୋଛାୟତ, ପ୍ରତାପ ସାହୁ, ଅମିତି ପାଣ୍ଡେ, ମୋନରୋଞ୍ଜନ ଜେନା, ନିର୍ମଳ ରାଉତ,ପ୍ରଦୋତ ରାଉତ,ସଂଗ୍ରାମ ସାହୁ, ରାକେଶ ସାହୁ ଏବଂ ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଏହି ଅର୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା



