ଜାତୀୟ କ୍ରୀଡା ଦିବସ ପାଳିତ
ଆଜି ତା -29.08.2025 ରିଖ ରେ ମେଜର ଧ୍ୟାନ ଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗାଁନ୍ଦିଆ ବ୍ଲକ ର ଗୋଠତଳ ଆଦିବାସୀ ଗ୍ରାମ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ପ୍ରଥମେ କ୍ରୀଡା ବିତ୍ ମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା। ଜଜ୍ ବୁସ ଫୁଟବଲ୍ ଟିମ୍ , ଗୋଠତଳ ଓ କିସାନ୍ ସ୍ପୋଟିଂ ଟିମ୍ ନେହେଙ୍ଗେରା ଦୁଇଟି ଟିମ୍ ମଧ୍ୟରେ ଫୁଟବଲ୍ ଖେଳ କରାଯାଇଥିଲା । ଏହାକୁ ବେଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାହୁଲ ରାୟ ମହାଳିକ ଉଦ୍ଘାଟନ କରିଥିଲେ। 0-1 ଗୋଲ ରେ କିସାନ ସ୍ପୋଟିଂ ନେହେଙ୍ଗେରା ବିଜୟୀ ହୋଇଥିଲା। ବିଜେତା ଙ୍କୁ କପ୍ ସିଲ୍ ସହ 500 ଟଙ୍କା ଅର୍ଥ ରାଶି ମୁଖ୍ୟ ଅତିଥି ଦେଇଥିଲେ। ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହ କ୍ରୀଡା ବିତ୍ ହେବାକୁ ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ କହିଥିଲେ । ଏହାକୁ ପ୍ରିୟ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।



