ହିନ୍ଦୋଳର ଦେବୀ ରାଶିପାଳ ଓ ଏକଡାଳି ଙ୍କ ନବାର୍ହ୍ନପୂଜା

ହିନ୍ଦୋଳ -ପବିତ୍ର ନୂଆଁଖାଇ ଶୁଭ ଅବସରରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୱାର୍ଡ ନଂ ୧୪ ରେ ଅବସ୍ଥିତ ଚରଣପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ରାଶିପାଳ ଓ ମା’ଏକଡାଳି ପିଢପୂଜା ଉତ୍ସବ ଅନଷ୍ଠିତ ହୋଇଯାଇଛି ! ଏହି ପିଢପୂଜା ଉତ୍ସବରେ ବହୁଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମା’ଙ୍କ ଦର୍ଶନ ଏବଂ ଆଶିର୍ବାଦ ଭିକ୍ଷା କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ ଓ ମା ଙ୍କ ନିକଟରେ ହିନ୍ଦୋଳ ବାସୀଙ୍କର ସୁଖ, ସମୃଦ୍ଧି ଲାଗି ପ୍ରାର୍ଥନା କରିଥିଲେ ।

ପ୍ରସାଦସେବନ କର୍ଯ୍ୟକ୍ରମରେ ବହୁଭକ୍ତ ମାନେ ଯୋଗଦେଇ ନୂଆଁଖାଇବା ର ସୁଯୋଗ ପାଇଥିଲେ । ଉଲ୍ଲେଖଯୋଗ୍ୟ ହିନ୍ଦୋଳଗଡ଼ର ପ୍ରମୁଖ ପ୍ରାଚୀନ ଦୈବୀପୀଠ ମାନଙ୍କ ଭିତରେ ଅନ୍ୟତମ ତଥା ପୁରାତନ କାଳରୁ ଘଞ୍ଚଜଙ୍ଗଲ ଭିତରେ ପୂଜାପାଉଥିବା ମା ରାଶିପାଳ ଓ ମା’ଏକଡାଳିଙ୍କ ମହିମା ଅପାର ଡାକିଲେ “ଓ” କରନ୍ତି ସେଥିପାଇଁ ଅନେକ ମାନସିକଧାରୀ ଭକ୍ତମାନେ ନିକଟରୁ ଓ ଦୂରଦୂରାନ୍ତରୁ ମାନସିକ ପୂରଣପାଇଁ ଏଠାରେ ଅଧିଆପଡ଼ିଥାନ୍ତି।

ଏହି ପୂଜା ଉତ୍ସବରେ ହଜାହଜାର ଜନସାଧାରଣଙ୍କ ଜନସମାଗମ ଦେଖିବାକୁ ମିଳଥିବାବେଳେ ପ୍ରସାଦ ସାଙ୍ଗ କୁ ଗୁପଚୁପ ଓ ଆଇସକ୍ରିମ, ମନୋହାରୀ ସାମଗ୍ରୀ କିଣାର ମଜା ନେଇଥିଲେ ଜନସାଧାରଣ। ଘଞ୍ଚ ବନଲତା ପାହାଡ଼ ଘେରରେ ଥିବା ଅତି ରୋମାଞ୍ଚକ ପରିବେଶରେ ଏବଂ ବର୍ଷକୁ ଥରେ ପୂଜାପାଉଥିବା ଦେବୀ ମା’ଙ୍କ ଦିବ୍ୟ ଦର୍ଶନ ଅନୁଭୂତି ନିଆରା ଥାଏ!ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡ଼ିନେତା ପୂର୍ବତନ ଏନଏସି ଅଧ୍ୟକ୍ଷ ଟିମା ବେହେରା,ବରିଷ୍ଠ ବିଜେଡ଼ି ନେତା ପୂର୍ବତନ କାଉନସିଲର ଜିଲ୍ଲାସମ୍ପାଦକ ପ୍ରଦ୍ୟୁମ୍ନ ବେହେରା,ବିଜୟ ଦାସ, ରମେଶ ସାହୁ, ୱାର୍ଡ୧୪ କାଉନସିଲର ସୁମତି ଦେହୁରୀ,ବିଜେଡ଼ି ଆଇଟି ସେଲର ଶ୍ରୀକାନ୍ତ ମହାପାତ୍ର, ଯୁବବିଜେଡ଼ି ନେତା ଶମ୍ଭୁନାଥ ନାୟକ, ରିପୁନ ସାହୁ,ପପୁ ପ୍ରଧାନ, ଶ୍ରୀଧର ମହାପାତ୍ର,ସାମ୍ବାଦିକ ପ୍ରଭାତରଞ୍ଜନ ପୃଷ୍ଟି ପ୍ରମୁଖଙ୍କ ସହ ଗ୍ରାମବାସୀ ଯୋଗଦେଇ ହିନ୍ଦୋଳବାସୀଙ୍କ ଶୁଭ, ସୁଖସମୃଦ୍ଧି ମନାସିଥିଲେ।




