ଆଫଗାନୀସ୍ତାନରେ ଭୂକମ୍ପ । ୨୫୦ ମୃତ । ଆଫଗାନୀସ୍ତାନରେ ଜଲାଲାବାଦରୁ ୨୭ କିଲୋମିଟର ଦୂର ପୂର୍ବ-ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ଭୂକମ୍ପ ହୋଇଥିବା ରକର୍ଡ ହୋଇଛି। ଏଥିରେ ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ ଜଣ ଗୁରୁତର ହୋଇଛନ୍ତି।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଥିବା ତାଲିବାନ ସରକାର ଆଶଙ୍କା କରୁଛି ।
ଭୂକମ୍ପ ଏତେ ତୀବ୍ରତା ଥିଲା ଯେ, ଭାରତର ଦିଲ୍ଲୀ ସମେତ କାବୁଲ, ପାକିସ୍ତାନର ମଧ୍ୟ କିଛି ଅଞ୍ଚଳ ଥରିଯାଇଥିଲା ।



