ଚମ୍ପୁଆ ଏନ୍ ଏ ସି ଅଞ୍ଚଳ ମଧ୍ୟରେ ପଶିଲା ହାତୀ, ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଭୟର ବାତାବରଣ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନଏସି ଅଞ୍ଚଳରେ ପଶିଲେ ଦୁଇ ହାତୀ ଲୋକଙ୍କ ମଧ୍ୟରେ ଭୟର ବାତାବରଣ l ଗତ ରାତି ପ୍ରାୟ ନଅଟା ବେଳେ ଦୁଇଟି ହାତୀ ମୟୁରଭଞ୍ଜ ର ଛେଳିଆନାଳ ପଟୁ ବୈତରଣୀ ନଦୀ ପାର ହେଇ ଚମ୍ପୁଆ ଏନଏସି ର ଏଗାର ନମ୍ବର ଓ୍ବାର୍ଡ ଭିତରକୁ ପଶି ଆସିଥିଲେ lହାତୀକୁ ନେଇ ଚମ୍ପୁଆ ବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ଲୋକେ ହାତୀ ଦୁଇଟିକୁ ଘଉଡାଇବାକୁ ଚେଷ୍ଟା କରି ଥିଲେ। ତେବେ ଖବରପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଦୁଇଟିକୁ ପୁଣି ମୟୂରଭଞ୍ଜ ପଟକୁ ଘଉଡେଇଥିବା ଜଣାପଡିଛି l ତେବେ ହାତୀ ଚମ୍ପୁଆ ଜନ ବସତି ରେ ପ୍ରବେଶ କରିବା ନେଇ ଲେlକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



