ସେପ୍ଟେମ୍ବର ଛଅ ତାରିଖକୁ କଳା ଦିବସରୂପେ ପାଳନ କଲା ଓଡ଼ିଶା କୁଡୁମିସେନା

ସେପ୍ଟେମ୍ବର ଛଅ ତାରିଖକୁ କଳା ଦିବସ ଭାବେ ପାଳନ କରି ପୁଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଓଡିଶା କୁଡ଼ମିସେନା । କୁଡୁମି ସେନାର ଶତାଧିକ ସଂଖ୍ୟାରେ କର୍ମୀ କେନ୍ଦୁଝର ସହରର କାଳୀ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସେମାନଙ୍କ କହିବା କଥା ହେଲା ୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡ଼ମି ମାନେ ଆଦିବାସୀ ଥିଲେ ଏଣୁ ପୁର୍ନବାର ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବା କୁଡ଼ମି ନେତା ମିତ୍ରଭାନୁ ମହାନ୍ତ କହିଛନ୍ତି । ଓଡ଼ିଶା କୁଡ଼ମୀ ସେନା କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ଅଭିଯୋଗ କରିଥିଲେ ଯେ ବିନା କୌଣସି ନୋଟିଫିକେସନ ରେ କୁଡ଼ମୀ ମାନଙ୍କୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଛି ସେହି ଦିନରୁ ଏହି ଆନ୍ଦୋଳନ ଆଜି ପର୍ଯ୍ୟନ୍ତ ଚାଲି ଆସିଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପାରିକ ନୃତ୍ୟ ଓ ମାଦଳ ବଜାଇ ନାଚି ଗୀତ ର ତାଳେ ତାଳେ ଏହି ଆନ୍ଦୋଳନ ଦୁଲୁକି ଥିଲା । ଶେଷରେ ଓଡ଼ିଶା କୁଡ଼ମୀ ସେନା ପକ୍ଷରୁ ସଂପ୍ରଦାୟ କୁ ପୁନର୍ବାର ଆଦିବାସୀ ବର୍ଗରେ ସାମିଲ , କୁଡୁମୀ ଙ୍କ ଅଧିକୃତ ଜମି କୁ ପଟ୍ଟା ପ୍ରଦାନ , କୁଡ଼ମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦ ରେ ସାମିଲ୍ , କୁଡୁମୀ ବିକାଶ ପରିଷଦ ଗଠନ ଆଦି ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ପ୍ରଦାନ୍ କରିଥିଲେ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



