ଶିକ୍ଷକ ଙ୍କୁ ମିଳିଲା ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର
ଭଟଲି(ଅଭିମନ୍ୟୁ ପଧାନ) :- ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟୁକୁର୍ଲାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦାଶ। ସେ ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆପାଲି ଗ୍ରାମର ସ୍ବର୍ଗତଃ ପଞ୍ଚାନନ ଦାଶ ଓ ସ୍ବର୍ଗତା ସୁବାସିନୀ ଦାଶଙ୍କ କନିଷ୍ଠ ପୁତ୍ର ଅଟନ୍ତି। ଟୁକୁର୍ଲା ବିଦ୍ୟାଳୟର ଶୈକ୍ଷିକ ଓ ସହଶୈକ୍ଷିକ ଉନ୍ନତି,ଛାତ୍ର ଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ସେ ସର୍ବଦା କାର୍ଯ୍ୟ କରି ଚାଲିଛନ୍ତି। ସେ ଏଫ ଏଲ ଏନ ର ଜିଲ୍ଲା ସାଧନକର୍ମୀ ଡି ଆର ଜି ଭାବରେ ମଧ୍ଯ ନିଜର ଦାୟିତ୍ବ ତୁଲାଇ ଆସୁଛନ୍ତି। ନିଜର ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ,ଟୁକୁର୍ଲା ଗ୍ରାମବାସୀ,ଏସ୍ ଏମ୍ ସି ସଭ୍ୟସଭ୍ୟା,ପିତାମାତା,ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହଯୋଗ ପାଇ ଆଜି ତାଙ୍କୁ ଏହି ପୁରସ୍କାର ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ବରଗଡ ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ, ଭଟଲି ବ୍ଲକ୍ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ,ଭଟଲି ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରୀତାରାଣୀ ତ୍ରିପାଠୀ,ଚଡେଇଗା କେନ୍ଦ୍ରର ପୂର୍ବତନ ସିଆରସିସି ଶ୍ରୀଯୁକ୍ତ ନେତ୍ରାନନ୍ଦ ମେହେର ଓ ବର୍ତ୍ତମାନ ସିଆରସିସି ଶ୍ରୀଯୁକ୍ତ ରୋହିତ କୁମାର ମହାନନ୍ଦ,ଭଟଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।*



