ଶିକ୍ଷାବିତ ଭକ୍ତହରି ନାୟକଙ୍କ ସ୍କୁତିଚାରଣ
ଭଦ୍ରକ ___ ଭଦ୍ରକ ଜିଲ୍ଳା ଧୁଷୁରୀ ର ହରିହସ ଉପକଣ୍ଠ ଆପେକ୍ସ ଇଂଲିସ ମିଡିୟମ ସ୍କୁଲ ପରିସରରେ ଶିକ୍ଷାବିତ , ସମାଜସେବୀ ତଥା ଅବସରପ୍ରା ପ୍ତ ପ୍ରବୀଣ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭକ୍ତହରି ନାୟକଙ୍କର ଦ୍ଵିତୀୟ ବାର୍ଷିକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ର ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଡଃ ପ୍ରମୋଦ କୁମାର ନାୟକ, ଡଃ ଶିବ ପ୍ରସାଦ ଖାମୁରାଇ, ସମ୍ବର୍ଦ୍ଧିତ ଅତିଥି ଭାବେ ବାବାଜୀ ଚରଣ ପଣ୍ଡା ଯୋଗଦେଇ ଥିଲେ। ସଭାପତିତ୍ବ କରିଥିଲେ ବାସୁଦେବ ବାରିକ, ସମ୍ପାଦକିୟ ବିବରଣୀ ପାଠ କରିଥିଲେ ଶାନ୍ତନୁ କୁମାର ରାଉତ, ସଂଯୋଜନା କରିଥିଲେ ଲମ୍ବୋଦର ନାୟକ, ଧନ୍ୟବାଦ ଅର୍ପଣ କରିଥିଲେ ବୈଲୋଚନ ବେଉରିଆ ।



