ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ SIR । ବିହାର ପରେ ସାରା ଦେଶରେ ଏସଆଇଆର ଲାଗୁ ନେଇ ନିର୍ବାଚନ କମିଶନ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀରେ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ । ନିକଟରେ ବିହାରରେ ହୋଇଥିବା ଏସଆଇଆର ବେଳେ ୧୧ଟି ଡକ୍ୟୁମେଣ୍ଟ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ନିର୍ବାଚନ କମିଶନ ।
ବିହାରରେ ଏସଆଇଆରକୁ ନେଇ ବିରୋଧୀ ଦଳ ରାଜନୀତିକ ପ୍ରସଙ୍ଗ କରିଥିବାବେଳେ ସାରା ଭାରତରେ ଏଭଳି ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି ।ଏହି ଏସଆଇଆର ଜରିଆରେ ବେଆଇନ୍ ଅନୁପ୍ରବେଶକାରୀମାନଙ୍କୁ ବାଦ୍ ଦିଆଯିବ । ବାଂଲାଦେଶ ଓ ମିଆଁମାରରୁ ଅନେକ ଅନୁପ୍ରବେଶକାରୀ ବିଭିନ୍ନ ରାଜ୍ୟର ଭୋଟର ତାଲିକାରେ ଥିବା ସୂଚନା ମିଳିଛି । ରାଜ୍ୟ ବାହାରୁ ଏବେ ଯେଉଁମାନେ ଭୋଟର ତାଲିକାରେ ସାମିଲ୍ ହେବାକୁ ଚାହିଁବେ ସେମାନଙ୍କୁ ଅତିରିକ୍ତ ଘୋଷଣାପତ୍ର ଦେବାକୁ ପଡ଼ିବ ।
୧୯୮୭ ଜୁଲାଇ ପହିଲା ପୂର୍ବରୁ ଜନ୍ମିତ ବ୍ୟକ୍ତିମାନେ ସେମାନଙ୍କ ଜନ୍ମସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ । ସେହିପରି ୧୯୮୭ ଜୁଲାଇ ୧ରୁ ୨୦୦୪ ଡିସେମ୍ବର ୨ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ସେମାନଙ୍କ ପିତାମାତାଙ୍କ ଜନ୍ମସ୍ଥାନର ପ୍ରମାଣ ପତ୍ର ଦେବାକୁ ପଡ଼ିବ । ଯାହାଫଳରେ ବିଦେଶୀ ନାଗରିକମାନେ ଭୋଟର ତାଲିକାରେ ସାମିଲ୍ ହୋଇପାରିବେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
