ଭୁଶୁଡ଼ିଲା ମାର୍କେଟ୍ କମ୍ପେ୍ଲକ୍ସ ଛାତ । ଛାତ ଥଳେ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।
ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏ ଘଅଘଟଣ ଘଟିଥିବା କୁହାଯାଉଛି ।
ଆଜି ଅପରାହ୍ଣ ସମୟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ଭଗ୍ନାବଶେଷ ତଳେ କିଛି ଲୋକ ଚାପି ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଭଗ୍ନାବଶେଷ ତଳୁ ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



