ଏକ ପେଡ଼ ମାକେ ନାମ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ବିଜେପି ଦଳ ପକ୍ଷରୁ ଆୟଜନ

ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ସେପ୍ଟେମ୍ବର 17 ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ 75 ତମ ଜନ୍ମଦିବସରୁ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯିବ I ସେହିକ୍ରମରେ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ନେତୃତ୍ୱରେ କଳାହାଣ୍ଡିର ସମସ୍ତ 41 ଗୋଟି ସାଙ୍ଗଠନିକ ମଣ୍ଡଳରେ ମୋଦିଜୀଙ୍କ ଜନ୍ମଦିନ ପାଳନ କରିବା ଉପଲକ୍ଷେ “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ ଏବଂ ବୃକ୍ଷ ରୋପଣ “ଏକ ପେଡ ମା କେ ନାମ ” ର କାର୍ଯ୍ୟକ୍ରମ ମାନ କରାଯାଇଅଛି I ଏହିପରି ଭବାନୀପାଟଣା ନଗର ମଣ୍ଡଳ ତରଫରୁ ଭବାନୀପାଟଣା ନଗର ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ସହରର ବିଭିନ୍ନ ୱାର୍ଡରେ “ସ୍ୱଚ୍ଛ ଭାରତ ” କାର୍ଯ୍ୟକ୍ରମ କରାଯାଇଅଛି I ଏହିକ୍ରମରେ ୱାର୍ଡ -6 ଅନ୍ତର୍ଗତ ରାମସ୍ୱାମୀ ମନ୍ଦିର ରେ ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ଦାସଙ୍କ ସଂଯୋଜନାରେ ଏକ “ସ୍ୱଚ୍ଛ ଭାରତ ” କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତଥା ଭବାନୀପାଟଣା ମୁନିସିପାଲିଟି ର ସହଯୋଗରେ ହୋଇଯାଇଅଛି I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଭାବେନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଭାରତ ଭୂଷଣ ଦେଓ,ନଗର ସଭାପତି ଚିତ୍ତରଞ୍ଜନ ପାତ୍ର,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ ଉପସ୍ଥିତ ରହିଥିଲେ I ସ୍ୱତନ୍ତ୍ର ଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଉପେନ୍ଦ୍ର ଛତ୍ରୀୟI,ଅବସରପ୍ରାପ୍ତ ପୋଲିସ ଅଧିକାରୀ ପୁରୁସ୍ତମ ନାଏକ, ଜଳେଶ୍ୱର ଗହୀରଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୋଢ଼ ଉପଢୌକନ ଦେଇ କାର୍ଯ୍ୟକ୍ରମ ରେ ସ୍ୱାଗତ ଜଣାଇଥିଲେ I ସର୍ବପ୍ରଥମେ ପ୍ରଦୀପ କୁମାର ଦାସ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କଲାପରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ସମସ୍ତ ସଫେଇ କର୍ମଚାରୀଙ୍କୁ ସେମାନଙ୍କର ଭବାନୀପାଟଣା ସହର ପାଇଁ ବର୍ଷତମାମ ଅନବରତ ସେବା ଯୋଗାଇ ଆସୁଥିବାରୁ ମୋଦିଜୀଙ୍କ ଆହ୍ୱାନ ସ୍ୱଚ୍ଛ ଭାରତ ସମ୍ମାନାର୍ଥେ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା I ଏହାପରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ସ୍ୱରୂପ ଜଣେ ମହିଳା ସଫେଇ କର୍ମଚାରୀଙ୍କ ଦ୍ୱାରା କେକ କାଟି ମୋଦିଜୀଙ୍କ ଶୁଭ ଜନ୍ମଦିନ ପାଳନ କରାଯାଇଥିଲା I ଏହାପରେ ସମସ୍ତେ ମିଳିମିଶି ଝାଡୁମାରି ସଫେଇ କାର୍ଯ୍ୟକ୍ରମ କରିଥିଲେ Iଅନ୍ୟମାନଙ୍କ ମଧ୍ୟରୁ ଭବାନୀପାଟଣା କୃଷକ ମୋର୍ଚ୍ଚା ସଭାପତି ସତ୍ୟନାରାୟଣ ବିଶି, ନଗର ସମ୍ପାଦକ ରାମକୃଷ୍ଣ ରାଉତ, ନଗର ଉପସଭାପତି ନିରଞ୍ଜନ ଯୋଶୀ,ନଗର କୋଷାଧ୍ୟକ୍ଷ୍ୟ ତରୁଣ ଅଗ୍ରୱାଲ,ବରିଷ୍ଠ ନେତା ହରଜିନ୍ଦର ସିଂ, ବରିଷ୍ଠ ଆଇନଜୀବୀ ସୁଧୀର ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ ପ୍ରଭାତ ସାହୁ, ବରିଷ୍ଠ ଶିକ୍ଷାବିତ ପ୍ରଦୀପ ପଣ୍ଡା, ଆଇନଜୀବୀ ନିବେଦିତା ମିଶ୍ର, ରିତାଞ୍ଜଳୀ ନାୟକ, ଅନୁଭବ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ I ପରିଶେଷରେ କାର୍ଯ୍ୟକ୍ରର ସଂଯୋଜକ ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


