
ଓଡିଶା ସରକାର ଙ୍କ ନିର୍ଦେଶ ଓ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଙ୍କ ନିର୍ଦେଶ କ୍ରମେ ଆଜି ତା 17.09.2025 ରିଖ ରେ ଅନୁଗୁଳ ସ୍ଥିତ ପୋଲିସ ଟ୍ରେନିଂ କଲେଜ ପରିସର ରେ ‘ ଏକ୍ ପେଡ଼ ମା କେ ନାମ୍ 2.0 ‘ ପ୍ରୋଗ୍ରାମ ରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଟ୍ରେନିଂ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ (IPS) ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଆରକ୍ଷୀ ଅଧିକ୍ଷକ ସେଖ୍ ସରିଫୁଦ୍ଦିନ୍ ଏହାକୁ ପରିଚାଳନା କରିଥିଲେ । 200 ରୁ ଉର୍ଦ୍ଧ୍ବ ଶିକ୍ଷାନବିଶ ଓ ସମସ୍ତ କର୍ମଚାରୀ ଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି 300 ଟି ବିଭିନ୍ନ ଫଳଗଛ ଚାରା ରୋପଣ କରିଥିଲେ ।




