ବିହାର ପରେ ଦିଲ୍ଲୀରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ- ଏସଆଇଆର୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ କମିସନ ୨୦୦୨ ମସିହାର ଭୋଟର ତାଲିକାକୁ ନିର୍ବାଚନମଣ୍ଡଳୀ ସହ ମିଶାଇ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ପୂର୍ବରୁ ନିର୍ବାଚନ କମିସନ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ ଡାକି ପ୍ରସ୍ତୁତ ରହିବାକୁ କହିଥିଲେ ।
ସାରା ଦେଶରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଚଳିତ ମାସ ଶେଷ କିମ୍ୱା ଆସନ୍ତା ମାସ ଆରମ୍ଭରେ ଘୋଷଣା କରାଯିବାର ସମ୍ଭାବନା ରହିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


