ଜଗନ୍ନାଥ ପିଓ କାର୍ଯ୍ୟାଳୟ ଘେରାଉ କଲେ ବଲଣ୍ଡା କଲୋନୀବାସୀ
ତାଳଚେର, ୨୦/୦୯ ତାଳଚେର ଜଗନ୍ନାଥ କାର୍ଯ୍ୟାଳୟ ପକ୍ଷରୁ ବଳଣ୍ଡା ଏମକ୍ୟୁ-୧୦୧ ଠାରୁ ୧୦୬ ନମ୍ବର କ୍ୱାର୍ଟର ପର୍ଯ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ ସହ ଆଲୋକ ଓ ପାନୀୟଜଳର ବ୍ୟବସ୍ଥା ନଥିବାକୁ ନେଇ ଆଜିଚଲୋନୀବାସୀ ଜଗନ୍ନାଥ ପିଓ କାର୍ଯ୍ୟାଳାୟକୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ, ଉକ୍ତ କ୍ୱାର୍ଟର ଗୁଡ଼ିକରେ ଲୋଭୋଲଟେଜ୍ ସମସ୍ୟା ଲାଗି ରହୁଥିବାରୁ ସେମାନଙ୍କ ପଙ୍ଖା ଓ ଲାଇଟ ଗୁଡ଼ିକ ଚାଲୁନଥିବା ବେଳେ ରାସ୍ତାର ଉଭୟପାଶ୍ୱର୍ରେ ଡ଼୍ରେନ ନଥିବାରୁ ସେଠାରେ ଏକ ଅପ୍ରିତିକର ପରିସ୍ଥିତି ଉପୁଜୁଛି ବୋଲି ଅନ୍ତେଃବାସୀ ଏହା ଅଭିଯୋଗ କରିଛନ୍ତି । କ୍ୱାର୍ଟର ନମ୍ବର ଏମକ୍ୟୁ ୧୪ ନିକଟରେ ଡ଼୍ରେନ ନଥିବାରୁ ପଚାଷଢ଼ା ପାଣି ଜମାହୋଇ ରହିବା ଫଳରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶାମାଛିଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । କଲୋନୀବାସୀଙ୍କର ମୌଳିକ ଅଧିକାର ପ୍ରତି ଖଣି କର୍ତୁପକ୍ଷ ଦୃଷ୍ଟି ନଦେବାରୁ ଅନ୍ତେଃବାସୀ ଆଜି ବାଧ୍ୟହୋଇ ଆଜି ଜଗନ୍ନାଥ ପିଓ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ଭିତରେ ସମସ୍ତ କାର୍ଯ୍ୟକୁ ସମାପ୍ତ କରିବା ନେଇ କଲୋନୀବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନେ ପରିସ୍ଥିତିର ସୁଧାର ଆସିଥିଲା । ତେବେ ସ୍ୱଚ୍ଛାଭାରତ ନାମରେ କୋଟି କୋଟିଟଙ୍କା ଏମସିଏଲ ଖର୍ଚ୍ଚ କରୁଥିବା ବେଳେ ଏଭଳି ଘଟଣାକୁ ପରଖିଲେ ଅନୁମାନ କରାଯାଏ ଏହି ସ୍ପଚ୍ଛ ଭାରତ ନାମରେ ଖର୍ଚ୍ଚ ହେଉଥିବା ଟଙ୍କା ଯାଉଛି କୁହାଯାଏ ।



