
*ସମସ୍ତଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ର “ଆସ ସ୍କୁଲ ଯିବା ଅଭିଯାନ”*
ବରଗଡ଼:୨୧/୯(ପବିତ୍ର ମେହେର) ଜିଲ୍ଲା ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “ଆସ ସ୍କୁଲ ଯିବା ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଚେତନତା ଶୋଭାଯାତ୍ରାରେ କମିଟିର ସଦସ୍ୟ ତଥା ପୂର୍ବତନ ଛାତ୍ରୀ ରେଣୁ ଦାଶ ଶର୍ମା,ସମାଜସେବୀ ବିମଳ କୁମାର ଦାଶ, କମିଟିର ଆବାହକ ଜ୍ୟୋତ୍ସ୍ନା ମିଶ୍ର ,

ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ ଏବଂ ଅଭିଭାବକ ଅଂଶ ଗ୍ରହଣ କରିଥିଲେ।ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଛାତ୍ରୀ ସହର ପରିକ୍ରମା କରି ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନ ଥିବା ତଥା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।




