ଚାଳଗଡ଼ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଗଠନ
ତାଳଚେର, ୨୫/୦୮ ତାଳଚେର ବ୍ଲକ ଅଧିନସ୍ଥ ଚାଳଗଡ଼ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଏକ ସର୍ବସାଧାରଣ ବୈଠକରେ ଶିଖର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସର୍ବସମ୍ମତିକ୍ରମେ ଆଗାମୀ ୫ବର୍ଷ ପାଇଁ ନୂତନ କର୍ମକର୍ତା ଘୋଷଣା କରାଯାଇଥିଲା । ଏଥିରେ ସଭାପତି ଭାବେ ଅଶାନ୍ତ କୁମାର ଦେବତା (ରୁନୁ), ଉପସଭାପତି ଭାବେ ସନାତନ ପଟ୍ଟନାୟକ, ଓ ସାଂସ୍କୃତିକ କାର୍ଯ୍ୟକାରୀ ସଭାପତି ପର ଧିର, ସଭାପତିଭାବେ ପ୍ରଫୁଲ କୁମାର ଧିର, ସମ୍ପାଦକ ଭାବେ ଅଶାନ୍ତ କୁମାର ଦେବତା (କଟି), ସହସମ୍ପାଦକ ଭାବେ ବାବୁଲି ଦେବତା, ଛବିନ୍ଦ୍ର ଦେବତା ଓ ଚଶନ୍ମୟ ସାମଲ, କୋଷାଧ୍ୟକ୍ଷ ଭାବେ ବିମଳ କୁମାର ଧିର, ସହକୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ଧିର, ମୁଖ୍ୟ ଉପଦେଷ୍ଟା ଭାବେ ଧ୍ରୁବ ଚରଣ ଧିର ଆଇନ୍ ପରାମର୍ଶଦାତା ଉଚ୍ଛନ୍ନ ଚନ୍ଦ୍ର ପଟ୍ଟନାୟକ, ସୁବାଷ ରାଉତ, ପ୍ରଶାନ୍ତ ଦେବତା, ମନୋଜ କୁମାର ଦାସ, ଉପଦେଷ୍ଟା ଭାବେ ସନ୍ତୋଷ କୁମାର ଗଡ଼ନାୟକ, ମିଡ଼ିଆସେଲ୍ ଅଧ୍ୟକ୍ଷଭାବେ ବିମଳକୃଷ୍ଣ ଥମ୍ବ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ ସଦସ୍ୟଭାବେ ଅକ୍ଷୟ ରାଉତ, ସିଦ୍ଧେଶ୍ୱର ରାଉତ, ମନୋଜ ସାମଲ, ଛବିନ୍ଦ୍ର ସିଠ ମନୋନୀତ ହୋଇଛନ୍ତି । ଏହି କମିଟି ଆଗାମୀ ଦିନରେ ଗ୍ରାମର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ସ୍ୱାସ୍ଥ୍ୟ, ପରିମଳ, ଜଳଯୋଗାଣ ଉପରେ ଗୁରୁତ୍ୱ ଦେବେ ବୋଲି ନୂତନ ସଭାପତି ଅଶାନ୍ତ କୁମାର ଦେବତା ଏକପ୍ରେସ୍ ବିଜ୍ଞପ୍ତରେ ଜଣାଇଛନ୍ତି ।

August 25, 2026/
No Comments


