ଆଦି କର୍ମଯୋଗୀ ଅଭିଯାନ ଓ ତାଲିମ ଶିବିର

ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ସହାୟତାରେ ଜିଲା ପ୍ରଶାସନର ତଫରୁ ଆଦି କର୍ମଯୋଗୀ ଅଭିଯାନ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକର କାଙ୍କଡପାଳ ଗ୍ରାମପଂଚାୟତର ସରଖିଆ, କାଇମାଟି ପଂଚାୟତର ଚୋଲାପଲି, ମଧୁସାହୁପାଟଣା ପଂଚାୟତର ବିମ୍ବୋଳ ଗ୍ରାମରେ ଅନୁଷ୍ଠିତ ହୋଇଯାିଛି । ଶିବିରରେ ବ୍ଲକ ପ୍ରଶିକ୍ଷକ ଭାବେ ନ୍ୟୁ ଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ତାଲିମ ମାଧ୍ୟମରେ ଆଦିବାସୀ ମାନଙ୍କୁ ମିଳୁଥିବା ସରକାରୀ ସହାୟତା, ଆଦିବାସୀ ଗ୍ରାମାଂଚଳରେ ଦୃଷ୍ଟିକୋଣ ନିର୍ମାଣର ପରିଚୟ ପ୍ରକ୍ରିୟା ଏବଂ କେନ୍ଦ୍ରୀୟ ଗୋଷ୍ଠୀ ଆଲୋଚନା ଦୃଷ୍ଟିକୋଣ ନିର୍ମାଣରେ ପ୍ରକ୍ରିୟାରେ ସିଏସ୍ଓର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ, ସ୍କୁଲ ଶିକ୍ଷକ, ଆଶା, ଅଙ୍ଗନୱାଡି, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଗ୍ରାମର ସାମାଜିକ ମାନଚିତ୍ର, ଆକ୍ସନ ପ୍ଲାନ ପ୍ରସ୍ତୁତି କରାଯିବା ସହ ଗ୍ରାମର ଆଦି ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସହାୟକ ଓ ସାଥି ଚୟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନ୍ୟୁ ଇଣ୍ଡିଆ ଅନୁଷ୍ଠାନର କର୍ମକର୍ତା ଓ ଜିଲା ମଙ୍ଗଳ ବିଭାଗର କର୍ମଚାରୀ କବିରାଜ ସାହୁ ପରିାଚଳନା କରିଥିଲେ ।




