ଜଗନ୍ନାଥ ଷ୍ଟିଲର ଦାଦାଗିରି, କର୍ମଚାରୀ ପ୍ରାପ୍ୟ ବୋନସ କଥା କହିଲେ ଦେଉଛି ଧମକ
ଜଗନ୍ନାଥ ଷ୍ଟିଲ ଉପରେ ବିବାଦ ଉପରେ ବିବାଦ କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l ବିଗତ ଦିନରେ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୁଦ୍ଧରେ ହୋଇଥିଲା ମାଳ ମାଳ ଅଭିଯୋଗ କିନ୍ତୁ ଫଳ ଶୂନ।କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ଉଲିବୁରୁ ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ କମ୍ପାନୀ ବିରୋଦ୍ଧ ରେ ରହିଛି ନାନା ପ୍ରକାର ଅଭିଯୋଗ, ଜଙ୍ଗଲ ଜମି କୁ ବଳ ପୂର୍ବକ ଅକ୍ତିଆର ଜଙ୍ଗଲ ଜମି ଦେଇ କମ୍ପାନୀ କୁ ଖଣିଜ ପଦାର୍ଥ ପରିବହନ, କମ୍ପାନୀ ରୁ ନିର୍ଗତ ଧୂଳି ଧୂଆଁ ରେ ପରିବେଶ ପ୍ରଦୂଷିତ ଆଦି ଅଭିଯୋଗ, ଟ୍ରାଫିକ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ଚୁପ ବସିଛି, ଏପରିକି କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଧାର୍ଯ୍ୟ ବୋନସ ଦେବାରେ ବିଫଳ ହେଉଛି, କର୍ମଚାରୀ ମାନେ ଏହା ଅଭିଯୋଗ କରିବାରୁ ପୋଲିସ ପ୍ରଶାସନ ର ଭୟ ଦେଖାଇବା ସହ କର୍ମଚାରୀଙ୍କ ନାମରେ ବଡ଼ବିଲ ଥାନା ରେ କେସ କରିଥିବା ଅଭିଯୋଗ ହୁଏ। ଆସନ୍ତୁ ଶୁଣିବା କର୍ମଚାରୀ ଙ୍କ କଣ ରହିଛି ଅଭିଯୋଗ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୁଦ୍ଧରେ lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।



