ଅନୁଗୋଳର ସୋମିତ୍ କୁମାର ସେଠ୍ 183 ରାଙ୍କ ପାଇ ଓଏସରେ ଉତ୍ତୀର୍ଣ୍ଣ
ଅନୁଗୋଳ – ଅନୁଗୋଳର ସୋମିତ୍ କୁମାର ସେଠ୍ 183 ରାଙ୍କ ପାଇ ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ଗ୍ରାମର ସ୍ବର୍ଗତ ଅଦ୍ଵୈତ କୁମାର ସେଠ୍ ଓ ମାତା ସରୋଜିନୀ ସେଠ୍ ଙ୍କ ପୁତ୍ର ଶୋମିତ୍ ନାଲକୋ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ର ଥିଲେ। ୨୦୦୮ ମସିହାରେ ସେ ମ୍ୟାଟ୍ରିକ ପାସ କରିଥିଲେ। ଏଥି ସହିତ କୃପାଜଳ ଇଞ୍ଜିିୟରିଙ୍ଗ୍ କଲେଜରୁ ସେ ୨୦୧୪ ମସିହାରେ ବି ଟେକ୍ କରି ପାସ୍ ଆଉଟ୍ ହୋଇଥିଲେ। ତେବେ ସୋମିତଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଲିଛି।



