ଅବହେଳିତ ମାରଙ୍କେଇଙ୍କ ପୀଠରେ ଶାରଦୀୟ ପୂଜା ଅନୁଷ୍ଠିତ
ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଆରାଧ୍ୟା ଦେବୀ ଏତିହାସିକ ପୀଠ ମା ରଙ୍କେଇଙ୍କ ପୀଠରେ ରବିବାର ଠାରୁ ନବରାତ୍ର ପୂଜା ବିଧି ଅନୁସାରେ ଆରମ୍ଭ ହୋଇଛି। ମା ରଙ୍କେଇ ପୂଜା କମିଟି ହିନ୍ଦୋଳ ଆନୁକୁଲ୍ୟରେ ଏହି ଉପଲକ୍ଷେ ଗତ ରବିବାର କଳସ ଯାତ୍ରା ସହ ଅଧିବାସ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିବା ବେଳେ ନୀତି କାନ୍ତି ଅନୁସାରେ ମନ୍ଦିର ପୂଜକ ସକାଳୁ ମା ଙ୍କୁ ଚୁଆ ଚନ୍ଦନରେ ଗାଧୋଇ ଭୋଗ ରାଗ ନୈବେଦ୍ୟ ସମର୍ପଣ କରିବା ପରେ ମାଙ୍କୁ ସର୍ବ ସାଧାରଣରେ ଭକ୍ତ ମାନେ ଦର୍ଶନ କରି ଥାଆନ୍ତି। ହୋମ ଯଜ୍ଞ ଓ ମାଙ୍କ ସ୍ତୁତିରେ ମନ୍ଦିର ପରିବେଶ ମୁଖରିତ ହୋଇ ଉଠୁଛି। ଆସନ୍ତା ସୋମବାର ଦୁର୍ଗାଷ୍ଟମି ଅବସରରେ ଗୌରୀ ପୂଜନ ଓ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେବ। ମଙ୍ଗଳବାର ପିଥେ ମହା ନବମୀ ପୂଜା ସହ ଯଜ୍ଞ କାର୍ଯ୍ୟ ପୂର୍ଣ୍ଣାହୁତି ହେବେ। ୨ ତାରିଖ ଗୁରୁବାର ଦଶହରା ( ବିଜୟା ଦଶମୀ ) ଧୁମ୍ ଧାମରେ ପାଳିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କାର୍ଯ୍ୟ କର୍ତ୍ତା ଶେଷ ଦେବ ସାହୁ ଜଣାଇ ଛନ୍ତି। ମାଙ୍କର ଏହି ନବରାତ୍ରି ଶାରଦୀୟ ପୂଜା ପାଇଁ ମନ୍ଦିର ପରିବେଶ ଉତ୍ସବ ମୁଖର ହୋଇ ଉଠିଛି। ପ୍ରତେହ ଭକ୍ତ ମାନେ ମା ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଛନ୍ତି।ତେବେ ଦୁଃଖ ଓ ପରିତାପର ବିଷୟ ନିର୍ବାଚନବେଳେ ମାଳମାଳ ପ୍ରତିଶୃତିଦେଇ ମନ୍ଦିରପ୍ରତି ଅବହେଳା କରିଆସୁଥିବା ତଥାକଥିତ ନିର୍ବାଚିତ ପ୍ରତିନିଧିମାନେ ଚିରାଚରିତ ଢଙ୍ଗରେ ମନ୍ଦିର ଉର୍ନତିକରଣ ପ୍ରତି ଆଖିବୁଜି ଦେଇ ନିଜସ୍ୱ ଫାଇଦାରେ ଥିବାବେଳେ ମାଙ୍କ ପୀଠକୁ ଯାଇଥିବା ପ୍ରବେଶରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏଠାରେ ଥିବା ଛୋଟ ବ୍ରିଜଟି ବିପଦପୂର୍ଣ୍ଣ। ରାସ୍ତାର ଦୁଇପାର୍ଶ୍ୱରେ ୫୦ଫୁଟ ଗଭୀରଖାଇ ଶ୍ରଦ୍ଧାଳୁ ମାନଙ୍କପାଇଁ ବିପଦ ସୃଷ୍ଟି କରୁଛି ଏବଂ ମାଙ୍କ ମନ୍ଦିରରେ ପାଣି ଗଳିବାସହ ମରାମତିର ଆବଶ୍ୟକତା ରହିଛି, ଏଥିସହ ମନ୍ଦିର ଛତୁହଃପାର୍ଶ୍ଵ ପ୍ରଚେରୀ ଏବଂ ମୁଖ୍ୟଗେଟ ନଥିବାରୁ ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ଜନସାଧାରଣଙ୍କୁ କଷ୍ଟ ଦେଉଛି।ହିନ୍ଦୋଳ ଉପଖଣ୍ଡର ଏହି ସର୍ବପୁରାତନ ତଥା ହିନ୍ଦୋଳର ପ୍ରାଣକେନ୍ଦ୍ର ମା ରଙ୍କେଇ ଙ୍କ ପୀଠ ପ୍ରତି ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
