ପ୍ରଶାସନ ଧୃତରାଷ୍ଟ୍ର ସାଜିଥିବା ବେଳେ ପୋଲ ରାସ୍ତା ମରାମତି କଲେ ଗ୍ରାମବାସୀ ।ଅହରହ ବର୍ଷାରେ ଭାଗିଂ ପଡିଥିଲା ପେlଲ। ପ୍ରଶାସନକୁ ବାରମ୍ବାର ଗୁହାରୀ ସତ୍ୱେ ଶୁଣୁନଥିଲା ପ୍ରଶାସନ । ଶେଷରେ ବାଧ୍ୟ ହେଇ ନିଜ ଅର୍ଥରେ ନିଜେ ଶ୍ରମଦାନ କରି ପେlଲ ରାସ୍ତା ମରାମତି କଲେ ଗ୍ରାମବାସୀ l ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ମଙ୍ଗଳପୁରରୁ । ମଙ୍ଗଳପୁର୍ ପଡୁଆ ପୋଲ ରାସ୍ତାକୁ ଗ୍ରାମବାସୀ ମରାମତି କରିଛନ୍ତି । କିଛି ବର୍ଷ ତଳେ ବର୍ଷାରେ ବଢି ଯେlଗୁ ଭାଗିଂ ଯାଇଥଲା ପେlଲ ଓ ରାସ୍ତା l ଏହି ରାସ୍ତା ମରାମତି ପ୍ରତି କେହି ଦୃଷ୍ଟି ଦେଉନଥିଲେ। ଶେଷରେ ଗାଁ ଲୋକ ରାସ୍ତା ମରାମତି କରିଥିବା ଜଣାପଡିଛି । ଉକ୍ତ ରାସ୍ତା ଉନ୍ନୟନ ବିଭାଗ ଅଧୀନରେ ରହିଛି। ଦୀର୍ଘ ୭ ବର୍ଷ ହେଲା ଉକ୍ତ ରାସ୍ତାଟି ଭାଙ୍ଗିରୁଜି ଯାଇଥିଲl l ଯାହାଫଳରେ ଲୋକମାନେ ଯାଆସ କରିବା ପାଇଁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଭଣ୍ଡା ଡାକ୍ତରଖାନାକୁ ଯିବା ଆସିବା ପାଇଁ ପଡୁଆ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା। ଲୋକମାନେ ଛଅ କିଲୋମିଟର ରାସ୍ତାକୁ ଅତିକ୍ରାନ୍ତ ପାଇଁ ବୁଲି ପ୍ରାୟ ୧୦ ରୁ ୨୦ କିଲୋମିଟର ଯିବାକୁ ପଡୁଥିଲା। ସ୍ଥାନୀୟ ସରପଞ୍ଚ ମନୋଜ ନାଏକ ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ପାରୁନଥିଲା। ଶେଷରେ ଉଭୟ ପଡୁଆ ଓ ମଙ୍ଗଳପୁର ଗ୍ରାମବାସୀ ମିଶି ନିଜେ ଉକ୍ତ ରାସ୍ତା ମରାମତି କରିଥିବା ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



