ଆରମ୍ଭ ହେଲା ପୁଣ୍ୟମାସ କାର୍ତ୍ତିକ
ପୁରୀ: ଆରମ୍ଭ ହେଲା ପୁଣ୍ୟମାସ କାର୍ତ୍ତିକ। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ହବିଷ୍ୟାଳିଙ୍କ ପାଇଁ ସରକାରଙ୍କ ପକ୍ଷରୁ ୪ଟି ଶିବିର କରାଯାଇଛି। ରହଣି ସହ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରସାଦର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।



