ଭୁବନେଶ୍ବର: ଓଡ଼ିଶା ପୋଲିସ୍ ସେବା ସ୍ତରରେ ଅଦଳବଦଳ ହୋଇଛି। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁ। ତାଳଚେର ଅତିରିକ୍ତ ଏସ୍ପି ଭାବେ ସୀମା ସ୍ବାଇଁଙ୍କ ବଦଳି କରାଯାଇଛି। ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଦାୟିତ୍ୱ ଦିଆଯାଇଛି। ସି ଆଇ ଡି ସିବି କଟକ ଅତିରିକ୍ତ ଏସ୍ପି ସତ୍ୟବିକାଶ ଭୂୟାଙ୍କୁ ବଦଳି କରାଯାଇଛି। ଭଦ୍ରକ ଡିଆଇବି ଏପ୍ପି ଭାବେ ସତ୍ୟବିକାଶ ଭୂୟାଙ୍କୁ ଦାୟିତ୍ବ ଦିଆଯାଇଛି। ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ମୋଟ୍ ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।

August 26, 2026/
No Comments


