ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ଘଟଣାକୁନେଇ ରାଜନୈତିକ ଉଷ୍ମତା
ହିନ୍ଦୋଳ :10/10/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କ ବିରୋଧରେ ଉପାଧ୍ୟକ୍ଷ ବରୁଣ ସରଙ୍କ ନେତୃତ୍ୱରେ 61ଜଣ ମିଳିତ ସରପଞ୍ଚ ଓ ସମିତି ସଭ୍ୟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା 14ତାରିଖରେ ଭୋଟିଂ ଥିବାବେଳେ, ବର୍ତ୍ତମାନ ରାଜନୈତିକ ସମୀକରଣ ବଦଳିବାନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଉପାଧ୍ୟକ୍ଷ ଙ୍କ ଅନୁଗତ କିଛି ସରପଞ୍ଚ ଓ ସମିତି ସଭ୍ୟ ଅଧ୍ୟକ୍ଷା ଙ୍କ ଶିବିରକୁ ଚାଲିଯାଇଥିବାନେଇ, ଚିନ୍ତାରେ ବ୍ଲକ ଉପାଧ୍ୟକ୍ଷଙ୍କ ଗୋଷ୍ଠୀ, ସୂଚନା ଅଛିକି ବର୍ତ୍ତମାନ ହିନ୍ଦୋଳ ବ୍ଲକର କିଛି ହାତଗଣତି ସରପଞ୍ଚ ଙ୍କୁ ଛାଡିଦେଲେ, ଆଉ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବେ ଅଜ୍ଞାତ ବାସରେ ଅନାସ୍ଥା ସଂଖ୍ୟା ଗଣିତରେ ଆଗାମୀ 14ତାରିଖରେ କିଏ ବାଜିମାତ କରୁଛି ଦେଖିବାକୁ ଉତ୍କଣ୍ଠା ର ସହ ଅପେକ୍ଷା କରିଛନ୍ତି ହିନ୍ଦୋଳବାସୀ।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



