ବଦ୍ୟନାଥ ମେମୋରିୟଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଛୋରିଗଡ ଗ୍ରାମରେ ଆଜି ୫୦ତମ ରାଜ୍ୟ ସ୍ତରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିବସ, ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟସ୍ତରୀୟ ୮ଟିଦଲ ଭାଗ ନେଇଥିବାବେଳେ,ଫାଇନାଲ ମ୍ୟାଚରେ କଳାହାଣ୍ଡି ଟିମ୍ ଏବଂ ଚିତ୍ରକୋଟ ଫାଇନାଲରେ ପହଞ୍ଚିଥିଲା,ଏହି ମ୍ୟାଚ ମା ଲଙ୍କେଶ୍ବରୀ ଆସୋସିଏସନର ୫୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବଶରରେ ଶ୍ରୀ ସଦନ ମୋଟେଲଙ୍କସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟାକ୍ଷା ଶ୍ରୀମତି ସବିତା ମେହେର, ସମ୍ମାନିୟ ଅତିଥି ଜୁନାଗଡ ବିଡ଼ିଓ ଦେବାଶିଷ କର,ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା,ସରପଞ୍ଚ ସଭାପତି ତାରାରାୟ ଗୁରୁ, କର୍ତ୍ତବ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ ପଟ୍ଟନାୟକ,ପୁର୍ବତନ ସରପଞ୍ଚଙ୍କ ଶ୍ରୀ ଧବଲେ ମାଝି, ସୁଧାଂଶୁ ଗୁରୁ,ସୁବାଷ ଗୁରୁ, ବିରେନ୍ଦ୍ର ବେହେରୁକ ମଞ୍ଚାସିନ ଥିବାବେଳେ,ଖେଲପରିଚାଲନା କରିଥିଲେ ଶ୍ରୀ ସଞ୍ଜନ କୋଡେ଼ଇ,ରିଙ୍କୁ ପୁଝାରୀ,ସୁଶାନ୍ତ ପ୍ରଧାନ ପରିଚାଳନା କରୁଥିବାବେଳେ, ଚତୁର୍ଥ ରାୟଫରି ଭାବରେ ଶ୍ରୀ ନିର୍ମଲ ଦଣ୍ଡସେନା,ବୁଲୁ ବେହେରୁକ ପରିଚାଳନା କରିଥିଲେ, ଏବଂ ବାବୁଲାଲ କମେଣ୍ଡଟେଟର ଭାବରେ ଦର୍ଶକଙ୍କୁ ଆକର୍ଷିତ କରୁଥିଲେ,କଳାହାଣ୍ଡି ଚମ୍ପିୟାନ ହୋଇଥିବାରୁ ଚମ୍ପିୟାନ ଦଲକୁ ମୁଖ୍ୟ ଅତିଥି ଟ୍ରଫିକ ସହିତ ଅର୍ଥରାଶି ପ୍ରଦାନକରିଥିଲେ।ଦର୍ଶକଙ୍କଭିଡ ବହୁତ ଦେଖିବାକୁ ମିଳିଥିଲା, କଳାହାଣ୍ଡି ବିଜୟ ହୋଇଥିବାରୁ ଦର୍ଶକଙ୍କ ମନରେ ଆନନ୍ଦ ଦେଖିବାକୁ ମିଳିଥିଲା, କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




