
*ବରଗଡ଼ ଜିଲ୍ଲାସ୍ତରୀୟ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସର ପ୍ରଥମ ଅଧିବେଶନରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ନିରାପତ୍ତା ସଂକ୍ରାନ୍ତୀୟ, ସ୍ବପ୍ନର ବିଦ୍ୟାଳୟ ଏବଂ ବ୍ଲୁମସ୍ ଟାକ୍ସୋନୋମି ସଂମ୍ପର୍କରେ ତାଲିମ୍ ପ୍ରଦାନ*

ବରଗଡ଼:୧୭/୧୦ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ପି ଏମ ଶ୍ରୀ ବାଳିକା ହାଇସ୍କୁଲ,ବରଗଡ଼ରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଅନ୍ତିମ ଦିବସରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ପ୍ରଶିକ୍ଷକ ସଞ୍ଜୟ ଖମାରୀ ବିଦ୍ୟାଳୟ ନିରାପତ୍ତା ସମ୍ଵନ୍ଧରେ ଆଲୋଚନା କରିଥିଲେ।ଏଥିରେ ସାଧନକର୍ମୀ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ତାଙ୍କୁ ସହଯୋଗ କରିଥିଲେ। ପ୍ରଶିକ୍ଷଣ ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ବରଗଡ଼ ଜିଲ୍ଲାରେ ଶିକ୍ଷଣ ଫଳାଫକୁ ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀ ନିରନ୍ତର ପ୍ରୟାସ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ପ୍ରଶିକ୍ଷାର୍ଥୀଙ୍କୁ ସ୍ବପ୍ନର ବିଦ୍ୟାଳୟ କିପରି ହେବା ଉଚିତ ଏବଂ ତାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।ସାଧନକର୍ମୀ ପୁସ୍ତମ୍ ବିଶି ବ୍ଲୁମ୍ ଟାକ୍ସୋନୋମିକୁ ଉପସ୍ଥାପନ କରିଥିଲେ। ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱ ବିକାଶ ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ଭଟଲି ବ୍ଲକ,ବରଗଡ଼ ବ୍ଲକ, ବରପାଲି ବ୍ଲକ ଓ ଭେଡେନ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରୁଥିବା ବେଳେ ସାଧନକର୍ମୀ ବିଇଓ ଶୁଭମ ପତି,ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା,ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ଶିକ୍ଷକ ପୁସ୍ତମ୍ ବିଶି, ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର,ପ୍ରଧାନ ଶିକ୍ଷକ ସଙ୍ଗୀତା ରାଣୀ ମିଶ୍ର, ପ୍ରଧାନ ଶିକ୍ଷକ ଆଲୋକ କୁମାର ସାହୁ ଏବଂ ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ ପ୍ରମୁଖ ତାଲିମ୍ ପ୍ରଦାନ କରୁଛନ୍ତି।




