ଭୁବନେଶ୍ବର: ଖୋର୍ଦ୍ଧାରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଥିବା ସୂଚନା। ଦାମୀ କାର୍ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା।



