ବିହାର ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ବିବାଦ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବେ ମେଣ୍ଟ ସହିତ ସମ୍ପର୍କ କାଟି ଦେଇ। ଝାଡ଼ଖଣ୍ଡର ଶାସକ ଦଳ ଜେଏମଏମ ଶନିବାର ଘୋଷଣା କରିଛି ଯେ, ବିହାର ବିଧାନସଭା ନିର୍ବାଚନ ସ୍ୱାଧୀନ ଭାବରେ ଲଢ଼ିବ ଏବଂ ୬ଟି ଆସନରେ ନିଜର ପ୍ରାର୍ଥୀ ଦେବ।ବିହାର ବିଧାନସଭାର ୨୪୩ ଆସନ ପାଇଁ ନିର୍ବାଚନ ନଭେମ୍ବର ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ ।
ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। ଜେଏମଏମ ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ଦଳ ନିଜେ ବିହାର ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଦଳ ୬ଟି ବିଧାନସଭା ଆସନ – ଚକାଇ, ଧମଦାହା, କଟୋରିଆ (ଏସଟି), ମନିହାରୀ (ଏସଟି), ଜାମୁଇ ଏବଂ ପିରପିନ୍ତରେ ଲଢ଼ିବ।’ ଏହି ସବୁ ଆସନ ପାଇଁ ଭୋଟ ନଭେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ।ବିହାର ନିର୍ବାଚନ ପାଇଁ ଝାଡ଼ଖଣ୍ଡ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଷ୍ଟାର ପ୍ରଚାରକଙ୍କ ନେତୃତ୍ୱ ନେବେ। ଜେଏମଏମର ଜଣେ ବରିଷ୍ଠ ନେତା ଶନିବାର କହିଛନ୍ତି ଯେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟରୁ ଆସନ ଦାବି କରିଥିଲା । କିନ୍ତୁ ସେମାନଙ୍କୁ ଆସନ ଦିଆଯାଇ ନଥିଲା। ତେଣୁ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଦଳ ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ କରିଛି। ଝାଡ଼ଖଣ୍ଡ ନିର୍ବାଚନରେ ଜେଏମଏମ ଏହାର ମେଣ୍ଟର ସହଯୋଗୀ – କଂଗ୍ରେସ, ଆରଜେଡି ଏବଂ ସିପିଆଇ(ଏମଏଲ)ଏଲକୁ ‘ସମ୍ମାନଜନକ ଅଂଶ’ ଦେଇଛି। ତେଣୁ ଆମେ ବିହାର ନିର୍ବାଚନରେ ମଧ୍ୟ ଜେଏମଏମ ପାଇଁ ଆସନର ଏକ ସମ୍ମାନଜନକ ଅଂଶ ଆଶା କରୁଛୁ ।’ ସେ କହିଛନ୍ତି ଯେ, ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (RJD)କୁ ୭ଟି ଆସନ ଦିଆଯାଇଥିଲା । ଆମେ ଝାଡ଼ଖଣ୍ଡରେ ମେଣ୍ଟ ସରକାରରେ ଜଣେ ଆରଜେଡି ବିଧାୟକଙ୍କୁ ପାଞ୍ଚ ବର୍ଷ ପାଇଁ ମନ୍ତ୍ରୀ କରିଥିଲୁ। ୨୦୨୪ ନିର୍ବାଚନରେ ଆମେ ଝାଡ଼ଖଣ୍ଡର ପାଞ୍ଚ ପ୍ରତିଶତ, ଅର୍ଥାତ୍ ୬ଟି ଆସନ RJDକୁ ଦେଇଥିଲୁ। ମେଣ୍ଟର କର୍ତ୍ତବ୍ୟ ପୂରଣ କରି ଚାରି ଜଣ ବିଜୟୀ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ କରାଯାଇଛି।’
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)


