ବେଆଇନ୍ ଖଣିଜ କାରବାର ଅଭିଯୋଗରେ ବଡ଼ବିଲ ରେଳ ସାଇଡିଂରେ ଖଣି ବିଭାଗର ଚଢ଼ାଉ
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡବିଲ ରେଳ ସାଇଡିଂ ରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ । ଗଚ୍ଛିତ ଥିବା ବିପୁଳ ପରିମାଣର ବେଆଇନ ଖଣିଜ ପଦାର୍ଥ ଜବତ୍ କରିଥିବା ନେଇ ସୂଚନା। ଖଣି ବିଭାଗର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଏହି ଚଢାଉ ରେ ସାମିଲ ହେଇଛନ୍ତି । ବଡ଼ବିଲ ରେଳ ସାଇଡିଂରେ ବିପୁଳ ପରିମାଣର ଖଣିଜ ଦ୍ରବ୍ୟ ବେଆଇନ ଭାବେ ଗଚ୍ଛିତ ଥାଇ ଚୋରା ଚାଲାଣ ପାଇଁ ଯୋଜନା କରାଯାଉ ଥିବା ନେଇ ଖଣି ବିଭାଗ କୈଣସି ସୂତ୍ରରୁ ସୂଚନା ପାଇ ଆଜି ବଡ଼ବିଲ ପୋଲିସ ସହାୟତାରେ ଏହି ଚଢ଼ାଉ କରିଥିଲେ। ଜବତ ଖଣିଜ ଦ୍ରବ୍ୟ ଗୁଡ଼ିକର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଖଣି ବିଭାଗ ଆକଳନ କରିଛି। ତେବେ ଏହି ବେଆଇନ ଚୋରା କାରବାର ରେ କେଉଁ ମାନଙ୍କ ସମ୍ପୃକ୍ତି ଅଛି ଏ ନେଇ ଖୋଳତାଡ଼ ଆରମ୍ଭ କରିଛି ଖଣି ବିଭାଗ । ତେବେ ଏସବୁ ବେଆଇନ୍ ଖଣିଜ କାରବାର ରେ ବଡ଼ବିଲ ରେକ ସାଇଡିଂ କତୃପକ୍ଷ ଭୂମିକା ଥିବା ନେଇ ସନ୍ଦେହ ସୃଷ୍ଟି ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



