ପୈରାଣିକ ଉପନ୍ୟାସ ଉର୍ମିଳା ର ଉନ୍ମୋଚନ ଉତ୍ସବ

ଭଦ୍ରକ____ ଭଦ୍ରକ ଜିଲ୍ଲାର ଯାଜପୁର ନିକଟସ୍ଥ ଦିହୁଡି ଆନନ୍ଦପୁର ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଲେଖକ ପ୍ରମୋଦ କୁମାର ମିଶ୍ରଙ୍କ ପୈରାଣିଙ୍କ ଉପନ୍ୟାସ ଉର୍ମିଳା ର ଉନ୍ମୋଚନ ଉତ୍ସବ ଆୟୋଜକ କର୍ମଯୋଗୀ ରାମଚନ୍ଦ୍ର ଦାଶ ସ୍କୁତି ସଂସଦ ଦ୍ବାରା ପରିଚାଳିତ ହୋଇଯାଇଛ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ଅଭୟ ସୁତାର, ମୁଖ୍ୟ ବକ୍ତା ଭାବେ ପ୍ରଫେସର୍ କ୍ଷିରୋଦ କୁମାର ସାମଲ, ଉପଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳଙ୍କ କରକମଳରେ ପୁସ୍ତକ ର ଉନ୍ମୋଚନ ହୋଇଥିଲା।ପ୍ରକାଶକ ମୀନକେତନ ବେଉରିଆ, ସମୀକ୍ଷକ ପ୍ରଫେସର ଦାମୋଦର ବେହେରା, ସମ୍ମାନିତ ଅତିଥି ଭାବେ ଡ଼ଃ ଜ୍ୟୋତିପ୍ରକାଶ ମହାପାତ୍ର,ଅଜୟ କୁମାର ଓଝା, ଅରୁଣ କୁମାର ପାତ୍ର, ଜଗନ୍ନାଥ ଧଳ, ଜାନକୀ ପାଢ଼ୀ, ନାରାୟଣ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶାସ୍ତ୍ରୀ ସୁଧାକର ଖୁଣ୍ଟିଆ। ଅତିଥି ପରିଚୟ ପ୍ରଦାନ କରିଥିଲେ ଗୈରୀ ଶଙ୍କର ମିଶ୍ର।ନୃତ୍ୟ ପ୍ରଦର୍ଶନ କରିଥିଲେ ପ୍ରଜ୍ଞାପ୍ତି ମିଶ୍ର।




