*”କୁକେତିରାରେ ତିନି ଦିନ ଧରି ଚାଲିବ ଜଳନ୍ଧର ଦରବାର”*

ବରଗଡ:୨୦/୧୦(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଲିପାଲି ଗ୍ରାମ ପଂଚାୟତ ଅଧୀନରେ ଥିବା କୁକେତିରା ବାଲିଯାତ୍ରାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଜଳନ୍ଧର ଦରବାର। ଆସନ୍ତା ନଭେମ୍ବର ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭନ୍ନ ଭୂମିକା ନିର୍ବାହ କରିବା ପାଇଁ କଳାକାରଙ୍କୁ କମିଟିର ସଦସ୍ୟମାନେ ନିମନ୍ତ୍ରଣ କରିଥିଲେ। ଜଳନ୍ଧର ଭୂମିକାରେ ସୁଶୀଲ କୁମାର ମେହେରଙ୍କୁ କମିଟି ତରଫରୁ ସାଦର ନିମନ୍ତ୍ରଣ କରାଯାଇଛି lତେବେ କୁକେତିରା ବାଲିଯାତ୍ରାରେ ଦୀର୍ଘ ତିନି ଦିନ ଧରି ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତାବିରା ଅଞ୍ଚଳର ଅଗଣିତ ଦର୍ଶକ ଦେବତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ କମିଟିର ସଦସ୍ୟ ଜଣାଇଛନ୍ତି।




