ସ୍ବର୍ଗତ ବିଷ୍ଣୁ ପ୍ରସାଦ ଦୂର୍ଗାଙ୍କ ଦେହାନ୍ତ ପରେ ବିଧବା ମହିଳାଙ୍କ ସହାୟତା ପାଇଁ ଅନୁରୋଧ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଂଚାୟତ ଅନ୍ତର୍ଗତ କର୍ଲା ଗୁଡା ଗ୍ରାମର ସ୍ବର୍ଗତ ବିଷ୍ଣୁ ପ୍ରସାଦ ଦୁର୍ଗା ଙ୍କ ଦେହାନ୍ତରେ ପରିବାର ପକ୍ଷରୁ ଓ ଅଞ୍ଚଳ ବାସୀ ଙ୍କ ମନରେ ଏ ପର୍ଯ୍ୟନ୍ତ ଆଖିର ଲୁହ ଶୁଖି ନାହି ବୋଲି ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି, ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛି ଯେ ସ୍ଵର୍ଗତ ବିଷ୍ଣୁ ପ୍ରସାଦ ଦୂର୍ଗା ଗତ ତା ୧୦/୧୦/୨୦୨୫ଶୁକ୍ରବାର ଦିନ ଅପରାହ୍ନ ପାଞ୍ଚଟା ବେଳକୁ ହୃଦ ଘାତ ରୋଗରେ ଇହଧାମ ତ୍ୟାଗ କରିଥିଲେ, ତାଙ୍କର ବର୍ତ୍ତମାନ ପୁଅ ଝିଅ ଓ ସ୍ତ୍ରୀ ତିନି ପରିବାର ଅଛନ୍ତି,ବିଧବା ମହିଳା ମଧ୍ୟ ଚିର ରୋଗିଣି , ସେ ଥିଲେ ଘରର ମୁରବି,ପୁଅ ଓ ଝିଅ ଙ୍କ ପ୍ରତିପୋଷଣରେ ଓ ତାଙ୍କର ଭବିଷ୍ୟତ ଜୀବନ ନିର୍ମାଣ କରିବାକୁ ମୋ ପାଖରେ ସର୍ବ ଶୂନ୍ୟ ଦେଖା ଦେଇଛି, ବୋଲି ସେ କହିଛନ୍ତି,ପୁଅ ଭୁବନେଶ୍ଵରରେ ପଢ଼ୁ ଥିଲା ଏବେ ଆଉ ପଢ଼ାଇବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି, ଝିଅ ଅମଠା ହାଇସ୍କୁଲରେ ପଢ଼ୁଛନ୍ତି, ତେବେ ଆଗାମୀ ଦିନରେ ପୁଅ ଓ ଝିଅଙ୍କ ପାଇଁ କି ଭଳି ଜଣେ ବିଧବା ମହିଳା ଘର ଚଳାଇବ ତାହା ରାସ୍ତା ଅନ୍ଧକାର ଦିଶୁଛି, ତେଣୁ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋତେ ତୁରନ୍ତ ବିଧବା ଭତ୍ତା ସହ ଏନେଫ ବିଏସ, ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି , ସରକାରୀ ଘର ଯୋଗାଇ ଦେଲେ ପରିବାର ଚଳି ପାରିବୁ ଡ଼ମ୍ବ ସମାଜ ନିକଟରେ ପ୍ରକାଶ କରିଛନ୍ତି , ଏନେଇ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି ଙ୍କ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମାନ ତ୍ରିପୁରା ମହାନନ୍ଦ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ଅନୁରୋଧ କରିଛନ୍ତି ଯେ ତୁରନ୍ତ ବିଧବା ମହିଳାଙ୍କ ଦାବି କୁ ପୁରଣ କରିବା ପାଇଁ, ଦଶ ପୁର ମଣ୍ଡଳ ସଭାପତି ଭୁବନେ ନିଆଲ, ଫରଙ୍ଗ ପଂଚାୟତ ସଭାପତି ଉଦିଆନିଆଲ, ବରିଷ୍ଠ ଶିକ୍ଷାବିତ୍ ଶିବରାମ ସୁନାନୀ, କୈଳାସ ଦୂର୍ଗା, ଗଜ ତାଣ୍ଡି, ମହେନ୍ଦ୍ର ଦୂର୍ଗା, ବଳଦେବ କର, ରଙ୍ଗାଧର ବାଗ, ରଘୁନାଥ ଦୂର୍ଗା, ପରମାନନ୍ଦ ଦୂର୍ଗା, ସରୋଜ ଦୂର୍ଗା ଓ ଗ୍ରାମର ୱାର୍ଡ ମେମ୍ବର ରୁର୍ଦ୍ର ପ୍ରସାଦ ପ୍ରଧାନ, ବବ୍ରୁ ପ୍ରଧାନ, ସରୋଜ ନିଆଲକାପୁରଚନ ସେଠିଆ ପ୍ରମୁଖ ଉପସ୍ଥିତ ରହି ଥିଲେ, ଏହି ପରିପ୍ରେକ୍ଷୀରେ ପେଇଓ ପ୍ରଶାନ୍ତ କୁମାର ନାଏକ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ



