ନିଆରା ଢଙ୍ଗରେ ଦୀପାବଳି ପାଳିଲେ ହେଲପିଙ୍ଗ୍ ହ୍ୟାଣ୍ଡ ସଂଗଠନ

ଅନୁଗୋଳ:ଅସହାୟ ଙ୍କୁ ରାସନ ସାମଗ୍ରୀ ଦେଇ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳିଲେ ହେଲପିଙ୍ଗ୍ ହ୍ୟାଣ୍ଡ ସଂଗଠନ ।କିଏ ଘରେ ଆନନ୍ଦ ଉଲ୍ଲାସ ର ସହ ଦୀପାବଳି ପାଳନ କରୁଛି ତ କିଏ କେଉଁ ଢାଞ୍ଚାରେ ଏହି ଆଲୋକ ର ପର୍ବକୁ ପାଳନ କରିଥାନ୍ତି। କିନ୍ତୁ ଅସହାୟ ଙ୍କ ମୁହଁରେ ହସ ଫୁଟେଇବା ପାଇଁ ନିଆରା ଢଙ୍ଗରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ହେଲପିଙ୍ଗ୍ ହ୍ୟାଣ୍ଡ ସଂଗଠନର ସଦସ୍ୟ ଗଣ ।ଆଜି ଏହି ଅବସରରେ ଅନୁଗୁଳ ସହରରେ ରହୁଥିବା ଅସହାୟ ଯାଯାବର ଲୋକଙ୍କୁ ଶୁଖିଲା ଖାଦ୍ୟ ତଥା ରାସନ ସାମଗ୍ରୀ ସହ ଗ୍ରୀନ ବାଣ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ। ପୂର୍ବରୁ ଏହି ସଂଗଠନ ଆର୍. କେ. ବ୍ରଦରର୍ସ ଥିବା ବେଳେ ତାକୁ ବର୍ତମାନ ପରିବର୍ତନ କରାଯାଇ ହେଲପିଙ୍ଗ୍ ହ୍ୟାଣ୍ଡ ଆସୋସିଏସନ ନାମ ଦିଆଯାଇଛି। ଏ କାର୍ଯ୍ୟ ବ୍ୟତିତ ଏହି ସଂଗଠନ ଗୋସେବା କପଡା ବଣ୍ଟନ, ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟ ଜାରି ରହିଛି । ସଂଗଠନ ର ଏହି ମହତ୍ୱ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି ।




