ଜରଡା-ଦେହୁରୀହତା ଜଳବିଭାଜିକା ସହାୟତା ରାଶି ହଡ଼ପ ଘଟଣା ସୁହାଇଲା ଭଳି ଏକ ତରଫା ତଦନ୍ତ କରି ଫେରିଲେ ଜଳବିଭାଜିକା ଉପ ନିର୍ଦେଶକ ।-ଗଣ ମାଧ୍ୟମକୁ ନାଲିଆଖି ,ଫଟ ଉଠାଇବାକୁ ବାରଣ

ଢେଙ୍କାନାଳ ଜିଲ୍ଲା:22/10/2025 କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ପଞ୍ଚାୟତ ଅନ୍ତର୍ଗତ ଜରଡା-ଦେହୁରୀହତା (ବାଲି ଚେତନା ନାଳ-୧) ଜଳବିଭାଜିକା ପ୍ରକଳ୍ପର ସହାୟତା ରାଶି ହଡ଼ପ ଘଟଣାର ଆଜି ସୁହାଇଲା ଭଳି ତଦନ୍ତ କରିଛନ୍ତି ବିଭାଗୀୟ ଉପ ନିର୍ଦେଶକ ପ୍ରମୋଦ କୁମାର ସାମଲ ଗାଁରେ ପହଁଚି ତଦନ୍ତ କରିଛନ୍ତି ।ହିତାଧିକାରୀଙ୍କ ସହ ଆଲୋଚନା କରି ସହାୟତା ରାଶି ପାଇଛନ୍ତି କି ନାହିଁ ଓ ସହାୟତା ରାଶି ଟଙ୍କା ଯେଉଁମାନେ ହଡ଼ପ କରିଛନ୍ତି ସେହି ସମୟର ସାକ୍ଷୀ କିଏ ଥିଲା ଭଳି ପ୍ରଶ୍ନ କରି ହିତାଧିକାରୀଙ୍କୁ ପ୍ରଶ୍ନ ବାଣ କରିଥିଲେ। ଆଗରୁ ଢେଙ୍କାନାଳ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରା ନିଜେ ତଦନ୍ତ କରି ୨୨ ଜଣ ଶୋଷଣ ହୁଇଥିବାର ପ୍ରମାଣ କପି ଦେଇଥିବା ବେଳେ ଏବେ ତଦନ୍ତ ଅଧିକାରୀ ଙ୍କ ତଦନ୍ତ ସନ୍ଦେହ ଘନୀଭୂତ ହେଉଅଛି।ସୂଚନା ଅନୁଯାୟୀ ଜଳ ବିଭାଜିକା ପ୍ରକଳ୍ପରେ ଛେଳି ଚାଷ,କୁକୁଡ଼ା ପାଳନ ଓ ପରିବା ଚାଷ କରିବା ନିମନ୍ତେ ୧୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।ମାତ୍ର ହିତାଧିକାରୀ ମାନେ ସହାୟତା ରାଶି ପାଇବା ପରେ କମିଟିର ସଭାପତି, ସମ୍ପାଦକ ଓ ଜଣେ ସଦସ୍ୟ ହିତାଧିକାରୀଙ୍କୁ ଧମକ ଚମକ ଦେଇ ୧୧ ହଜାର ଟଙ୍କା ଲେଖାଏଁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।ପ୍ରଥମେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସହାୟତା ରାଶି ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ ।ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ କଳ୍ପବଟ ବେହେରା ଉଭୟ ଜରଡା ଓ ଦେହୁରୀହତା ଗାଁରେ ପହଁଚି ତଦନ୍ତ କରିଥିଲେ ।ତଦନ୍ତରୁ ଜଣା ପଡିଥିଲା ହିତାଧିକାରୀଙ୍କ ଠାରୁ ୧୧ ହଜାର ଲେଖାଏଁ ସହାୟତା ରାଶି ହଡ଼ପ ହୋଇଛି ।ଯେଉଁ ଯେଉଁ ହିତାଧିକାରୀଙ୍କ ଠାରୁ ଅର୍ଥ ହଡ଼ପ ହୋଇଥିଲା ସେମାନଙ୍କୁ ସାଧାରଣ ବର୍ଗ ଲୋକଙ୍କୁ ୭୮୦୦ ଟଙ୍କା ଓ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ୯୪୦୦ ଟଙ୍କା ଫେରସ୍ତ ହୋଇଥିଲା ।ଏହାର ତଦନ୍ତ ସଠିକ ଭାବେ ହେଉ ନଥିବା ଅଭିଯୋଗ ନେଇ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗ ଆଧାରରେ ଜଳବିଭାଜିକା ନିର୍ଦେଶକଙ୍କୁ ତଦନ୍ତ କରାଯିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆ ଯାଇଥିଲା ।ଗ୍ରାମବାସୀ ଓ ହିତାଧିକାରୀଙ୍କ ଅଭିଯୋଗ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜରଡା-ଦେହୁରୀହତା ଜଳବିଭାଜିକାରେ ମିଥ୍ୟା ବିଲ,ପୋଖରୀ ଖନନରେ ଅନିୟମିତତା ଓ ସହାୟତା ରାଶି ହଡ଼ପ ହୋଇଥିବା ନେଇ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗ ଆଧାରରେ ଜଳ ବିଭାଜିକା ରାଜ୍ୟ ଉପ ନିର୍ଦେଶକ ପ୍ରମୋଦ କୁମାର ସାମଲ ଉଭୟ ଜରଡା ଓ ଦେହୁରୀହତା ଗାଁରେ ତଦନ୍ତ କରିଛନ୍ତି ।ବିଭାଗ ପକ୍ଷରୁ ବ୍ୟାପକ ଅନିୟମିତତା ହୋଇଥିବା ଜାଣି ଉପ ନିର୍ଦେଶକ ସୁହାଇଲା ଭଳି ତଦନ୍ତ କରି ଫେରିଛନ୍ତି ।ଅଧିକାରୀ ଗାଁରେ ପହଁଚିଲା ପରେ ଯେଉଁମାନଙ୍କ ସହାୟତା ରାଶି ହଡ଼ପ ହୋଇଥିଲା ସେହି ମାନଙ୍କ ପାଖରେ ପହଞ୍ଚି ନାଲି ଆଖି ଦେଖାଇ ସୁହାଇଲା ଭଳିଏକ ତରଫା ତଦନ୍ତ କରିଛନ୍ତି ।ଏକ ପେପରରେ ଲେଖା ଯାଇଛି ଯେତେବେଳେ ସହାୟତା ରାଶି ଯେଉଁବ୍ୟକ୍ତି ହଡ଼ପ କରିଥିଲେ ସେତେବେଳେର ଶାଖୀ କିଏ ଥିଲା ।ଉପ ନିର୍ଦେଶକଙ୍କ ଏହି ସାକ୍ଷୀ କଥା ଶୁଣି ହିତାଧିକାରୀ ମାନେ କହିଥିଲେ ସହାୟତା ରାଶି ହଡ଼ପ ହୋଇ ନଥିଲେ ଯେଉଁମାନେ ଟଙ୍କା ନେଇଥିଲେ ସେମାନେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ତଦନ୍ତ ପରେ ଅର୍ଥ ଫେରସ୍ତ କଲେ କେମିତି।ଏହି କଥାରେ ବିଭାଗୀୟ ଉପ ନିର୍ଦେଶକ ରାଗି ଯାଇଥିଲେ।ଏଠି ପ୍ରଶ୍ନ ଉଠେ ଅର୍ଥ ହଡ଼ପ ବେଳେ କିଏ ସାକ୍ଷୀ ରଖି ଅର୍ଥ ଆତ୍ମସାତ କରେ କି? ବିଭାଗୀୟ ତଦନ୍ତ ଅଧିକାରୀ ଙ୍କ ଏଭଳି ଏକ ତରଫା କଥା କୁ ନେଇ ସାଧାରଣ ରେ ଆଲୋଡନ ସନ୍ଦେହ ସୃଷ୍ଟି କରୁଛି। କମିଟି ର ଜଣେ ସଦସ୍ୟ ଶୁଭେନ୍ଦୁ କୁମାର ସାହୁ କିଛି ପ୍ରଶ୍ନ କରିବା ହେତୁ ତଦନ୍ତ ରେ ଆସିଥିବା ଅଧିକାରୀ ପ୍ରମୋଦ କୁମାର ସାମଲ ତାଙ୍କୁ ବାରଣ କରି କହିଥିଲେ କି ତୁମେ କିଛି କହିପାରିବ ନାହିଁ ଏବଂ ଯେଉଁମାନେ ପୋଖରୀ ଓ ଅନ୍ୟାନ୍ୟ କାମ ଉପରେ ହୋଇଥିବା ଅଭିଯୋଗକୁ ଏଡାଇ ଯାଇଥିଲେ ସରକାରଙ୍କ ଲକ୍ଷ୍ୟାଧିକ ଟଙ୍କା ହଡ଼ପ ହୋଇଥିଲା ବେଳେ ବିଭାଗୀୟ ଉଚ୍ଚ ଅଧିକାରୀ ଅତି ଖାମଖିଆଲ ଭାବେ ନେଇଥିବା ଅଭିଯୋଗ ହେଉଛି ।ସୂଚନା ମୁତାବକ ବେନିୟମ ଭାବେ ଗଠିତ କମିଟିକୁ ଅନୁମୋଦନ କଲା କିଏ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ବେନିୟମ ଭାବେ ଗଠନ ହୋଇଥିବା ୨୦୨୨ କମିଟିକୁ ୨୦୨୫ ରେ କାର୍ଯ୍ୟକାରୀ କମିଟିକୁ ନେଇ ସନ୍ଦେହରେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଭୂମିକା ।ପୁଣି ସେହି ପୋଖରୀ ଆଗରୁ ପଂଚାୟତ ମନରେଗା ଯୋଜନାରେ କାର୍ଯ୍ୟକାରୀ ହୋଇଅଛି!ଜିଲ୍ଲାପାଳଙ୍କ ନିର୍ଦେଶକୁ ବେଖାତିର କରି ବିଭାଗକୁ ସୁହାଇଲା ଭଳି ପୂର୍ବରୁ ବେନିୟମ ଭାବେ ହୋଇଥିବା କମିଟିକୁ କାର୍ଯ୍ୟକାରୀ କରି ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହେଉଛି ।ଆଜିର ତଦନ୍ତ ସମୟରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଚିହିଁକି ଉଠିଥିଲେ ଉପ ନିର୍ଦେଶକ ।ଫଟ ଉଠାଇବା ପାଇଁ ବାରଣ କରିଥିଲେ ।କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିବା ବାଙ୍କନିଧି ବିଶ୍ୱାଳ ଅଭିଯୋଗ କରିଛନ୍ତି ଆଜିର ଏହି ତଦନ୍ତ ନିରପେକ୍ଷ ହୋଇନାହିଁ ।ହିତାଧିକାରୀ,କମିଟି ସଦସ୍ୟଙ୍କ କଥା କୁ ଶୁଣା ଯାଇନାହିଁ ।ଏକ କାଗଜରେ ଟଙ୍କା ହଡ଼ପ ବେଳର ସାକ୍ଷୀ କିଏ ଥିଲା ଲେଖ ବୋଲି ବାଧ୍ୟ କରାଯାଇଛି ।ଏହି ତଦନ୍ତ ସମୟରେ ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଜୟସଙ୍କର ପ୍ରଧାନ,ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କଳ୍ପବଟ ବେହେରା ଏବଂ ଆରକ୍ଷୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ତଦନ୍ତ ସଠିକ ହେଇ ନଥିବା ନେଇ ହିତାଧିକାରୀ ଓ ଅଭିଯୋଗ କାରୀ କହିଛନ୍ତି। ଏ ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଙ୍କୁ ଅଭିଯୋଗ କରିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ!



