ଝାଙ୍କରପାଲି କ୍ଳଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
ଭଟଲି(ଅଭିମନ୍ୟୁ ପଧାନ): – ଗୁରୁବାର ଭଟଲି ବ୍ଲକ୍ ଝାଙ୍କରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ବିନୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉର୍ଦୁନା ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଏବିଇଓ ଜାରା ବାରିକ,ସିଆରସିସି ଆଦିତ୍ୟ ସାହୁ, ପ୍ରଦୀପ କୁମାର ସାହୁ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଡନସନା ସମ୍ମାନ୍ନିତ ଅତିଥି ଭାବରେ ମଞ୍ଚସ୍ଥ ଥିଲେ। ଉଦଯାପନୀ ଉତ୍ସବରେ ହାତୀସର ସରପଞ୍ଚ ଇନ୍ଦିରା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜସେବୀ ସାମନ୍ତ ମାଝୀ, ହାତୀସର ହାଇସ୍କୁଲ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାଶ, ଏବିଇଓ ଜାରା ବାରିକ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଟିକୁ ତେଜରାମ ଖମାରୀ ପରିଚାଳନା କରିଥିବା ବେଳେ ସାନନ୍ଦ ସାହୁ, ଉତ୍ତମ ମାଝୀ, ସୁଶାନ୍ତ ବାରିକ, ନବୀନ ସେଠ, ରାଧାକାନ୍ତ ପଧାନ,ବୋଧୟିନୀ ଡନସନା, ଅଞ୍ଜଳି ବଢେଇ, ସୁବୋଧ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଠାକୁର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



