କେନ୍ଦୁଝର: ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। କଲରାପତରିଆ ବାଘ ଛାଲ ଜବତ। ଶଳା-ଭିଣୋଇ ଗିରଫ। କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଠାକୁରମୁଣ୍ଡା ଅଞ୍ଚଳରୁ ବାଘ ଶିକାର କରିବାପରେ କେନ୍ଦୁଝର ନିକଟସ୍ଥ ଜୁଡ଼ିଆ ଘାଟି ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା।
ଏହାର ଖବର ପାଇ କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରିଥିଲା। ଚଢଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ରବୀନ୍ଦ୍ର ଟୁଡ଼ୁ ଓ ମନୂଆ ହେମ୍ରମ ସମ୍ପର୍କରେ ଶଳା ଭିଣୋଇ ବୋଲି ଜଣାପଡ଼ିଛି। ବନ ବିଭାଗ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)