କଟକ: କାଠଗଡ଼ା ସାହିରେ ଦୁର୍ବୃତ୍ତ ଆତଙ୍କ ରଚିଛନ୍ତି। ଭାଇକୁ ନ ପାଇ ଦୁର୍ବୃତ୍ତମାନେ ଘରେ ପଶି ଭିନ୍ନକ୍ଷମ ଭଉଣୀକୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ବେକ ଓ ଦୁଇ ହାତରେ କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସିଟି ହସ୍ପିଟାଲରେ ଭତ୍ମର୍ତ୍ତି କରାଯାଇଛି। କମିଶନରେଟ ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଦୁର୍ବୃତ୍ତ ଏପରି ଆତଙ୍କ ଖେଳାଇବାରେ ସକ୍ଷମ ହୋଇଛନ୍ତି।
ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ତଦନ୍ତ ଜାରି ରଖିଛି। ଆହତ ମହିଳା ହେଲେ ତିଳୋତ୍ତମା ସାହୁ।ପୁରୀଘାଟ ଥାନା ଅଧୀନ କାଠଗଡ଼ା ସହିରେ ତିଳୋତ୍ତମା ପରିବାର ସହ ରହୁଛନ୍ତି। ତାଙ୍କ ଦୁଇ ଭାଇଙ୍କ ନାମରେ ଆପରାଧିକ ମାମଲା ରହିଛି। ଏକ ମୋଟରସାଇକଲରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ଦୁଇ ଭାଇଙ୍କୁ ଖୋଜିଥିଲେ। ଏହ ସମୟରେ ତିଳୋତ୍ତମା ଘରେ ଏକାକୀ ଥିଲେ। ଭାଇ ନାହାନ୍ତି କହିବା ପରେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଦ୍ବୟ ଘର ଭିତରକୁ ପଶି ଆସିଥିଲେ। ହଠାତ୍ ଛରିରେ ତିଳୋତ୍ତମାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ଅଭିଯୁକ୍ତଦ୍ବୟ ଫେରାର ହୋଇଯାଇଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)