ଭୁବନେଶ୍ୱର,୨୫/୧୦ : ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦକୁ ସିଧାସଳଖ ପୂରଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏ ସଂକ୍ରାନ୍ତରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି, ରାଜ୍ୟରେ ଖାଲି ପଡ଼ିଥିବା କନଷ୍ଟେବଳ ପଦ ପୂରଣ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସରକାର ବିଚାର କରିବା ପରେ ଖାଲି ପଦ ପୂରଣ ଲାଗି ଏହି ନିଷ୍ପତ୍ତି ନେଇଛନ୍ତି।ତେବେ କନଷ୍ଟେବଳ ର଼୍ୟାଙ୍କ୍ର ଉକ୍ତ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ଜାରି ପୃଥକ୍ ପୃଥକ୍ ନିର୍ଦ୍ଦେଶନାମା ସହିତ ଚଳିତବର୍ଷ ସେପ୍ଟେମ୍ବର ୨୨ରେ ଜାରି ହୋଇଥିବା ଏସ୍ଓପିକୁ ଅନୁସରଣ କରିବାକୁ ହେବ ବୋଲି ଉପସଚିବ ପତ୍ରରେ ଦର୍ଶାଇଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

