ଆୟୁଷ୍ମାନ୍ କାର୍ଡ ପାଇବାରୁ ବଂଚିତ କଙ୍କଡାହାଡ ଗ୍ରାମପଂଚାୟତ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସମିତିସଭ୍ୟା
ଢେଙ୍କାନାଳ, ୨୭/୧୦: ସରକାରଙ୍କ ଜନ କଲ୍ୟାଣ ପାଇଁ ନୂତନ ଭାବେ ବଂଟନ କରାଯାଉଥିବା ଆୟୁଷ୍ମାନ୍ କାର୍ଡ ଏପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଙ୍କଡାହାଡ ଗ୍ରାମପଂଚାୟତର କିଛି ଲୋକ ପାଇପାରି ନାହାଁନ୍ତି । ଏହାକୁ ନେଇ ସ୍ଥାନୀୟ ସମିତିସଭ୍ୟା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସରକାର କୌଣସି ବ୍ୟକ୍ତି ସାସ୍ଥ୍ୟ ସେବାରୁ ବଂଚିତ ନ ହୁଅନ୍ତୁ ବୋଲି ଆୟୁଷ୍ମାନ୍ କାର୍ଡ ବଂଟନ କରୁଥିବାବେଳେ ଆଜି ପର୍ଯ୍ୟନ୍ତ କଙ୍କଡାହାଡ ପଂଚାୟତର କିଛି ଗ୍ରାମର ଲୋକମାନେ ସେଥୁରୁ ବଂଚିତ ହୋଇଛନ୍ତି । ଯେଉଁଥି ପାଇଁ ଲୋକମାନେ ରୋଗବ୍ୟାଧୀରେ ପଢିଲେ ତାହାର ସୁବିଧା ପାଇପାରୁ ନାହାଁନ୍ତି । ଏହି ଫଚାୟତର ଚାରିଗୋଟି ୱାର୍ଡରେ ପ୍ରାୟତଃ ୮୦ ଭାଗ ଲୋକ ଚାଷୀ ଓ ମୁଲିଆ ଶ୍ରେଣୀର ଲୋକ ଅଟନ୍ତି । ଆୟୁଷ୍ମାନ୍ କାର୍ଡ ବଂଟନ ନହୋଇପାରିବାରୁ ଲୋକମାନେ ବହୁତ ହଇରାଣ ହରକତ ହେଉଛନ୍ତି । ଏହି ଅସୁବିଧାକୁ ଅନୁଧ୍ୟାନ କରି ଉକ୍ତ ପଂଚାୟତରେ ପାଇନଥିବା ଲୋକମାନଙ୍କୁ ଆୟୁଷ୍ମାନ୍ କାର୍ଡ ବଂଟନ କରିବା ପାଇଁ ସମିତିସଭ୍ୟା ରାଧା ବେହେରାଙ୍କ ତରଫରୁ ତାଙ୍କ ସାମୀ ପ୍ରକାଶ ବେହେରା ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।



