ସଂକୀର୍ତନ ମଣ୍ଡଳୀର ସଫେଇ କାର୍ଯ୍ୟକ୍ରମ
ଢେଙ୍କାନାଳ, ୨୭/୧୦: ଢେଙ୍କାନାଳ ଜିଲ୍ଲା ଅନ୍ନପୁର ଗ୍ରାମସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥଳୀଉ ସଂକୀର୍ତନ ମଣ୍ଡଳୀର ସମସ୍ତ ସଭ୍ୟ, ସଭ୍ୟାମାନେ, ଉପଦେଷ୍ଟା ଉଦୟନାଥ କର ଓ ରୋହିତ କୁମାର ସାହୁଙ୍କ ନେତୃତ୍ୱରେ ମାଧପୁର ଗ୍ରାମସ୍ତ ଶ୍ରୀ ଶ୍ରୀ ସର୍ବେଶ୍ୱର ଓ ଶ୍ରୀ ବଟେଶ୍ଵର ମହାଦେବ ମନ୍ଦିର ପରିସରରେ ବାସ କରୁଥିବା ବାବା ଶ୍ରୀ ଗୁରୁଚରଣ ଦାସ ମହାରାଜା ( ୧୧୦)ଙ୍କ ଆଶୀର୍ବାଦ ନେଇ ମନ୍ଦିର ପରିସର ସଫେଇ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାଧପୁର ଗ୍ରାମ ସଭାପତି କେଶବ ସାହୁ, ସଂପାଦକ ସିଦ୍ଧେଶ୍ବର ସାହୁ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସଭାପତି କେଶବ ସାହୁ ସଂକୀର୍ତନ ମଣ୍ଡଳୀର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଉତରୋତର ଉନ୍ନତି କାମନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂକୀର୍ତନ ଗୁରୁ ପ୍ରଶାନ୍ତ ସିଂହଦେଓଙ୍କ ନେତୃତ୍ୱରେ କୀର୍ତନ ମଣ୍ଡଳୀର ସମସ୍ତ ସଭ୍ୟସଭ୍ୟାମାନଙ୍କୁ ନେଇ ବାବାଙ୍କ ନିକଟରେ ନାମ ସଂକୀର୍ତନ କରିବା ସହ ତାଙ୍କର ନିରୋଗ ଓ ଦୀର୍ଘଜୀବନ କାମନା କରିଥିଲେ।



