ଏକ ଲାଞ୍ଚ ମାମଲାରେ ବଲାଙ୍ଗୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଅଗଳପୁର ତହସିଲ କାର୍ଯ୍ୟାଳୟର ପୂର୍ବତନ ସେକ୍ସନ ଅଧିକାରୀ କିଶୋର ଚନ୍ଦ୍ର ଖାରସେଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ କିଶୋରଙ୍କୁ ଆର୍ଥିକ ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି।
କିଶୋର ଅଗଳପୁର ତହସିଲର ସେକ୍ସନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ୩୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ।
ବେଆଇନ ବାଲି ଚାଲାଣ ସମୟରେ ଉକ୍ତ ଟ୍ରାକ୍ଟର ଧରାପଡ଼ିଥିଲା। ଗାଡ଼ି ଉପରେ ଲାଗୁ ହୋଇଥିବା ଜରିମାନା ଛାଡ଼ ପାଇଁ କିଶୋର ଗାଡ଼ି ମାଲିକଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।ଭିଜିଲାନ୍ସ ଅଧିକାରୀମାନେ ଯୋଜନା ମୁତାବକ କିଶୋରଙ୍କୁ ଗିରଫ କରିଥିଲେ। ଏ ନେଇ କିଶୋରଙ୍କ ନାମରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। କିଶୋର ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ପେନସନ ବନ୍ଦ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି କୁହାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)