ଫେବୃଆରୀ ୧୭ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ଏନେଇ ସିବିଏସଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟରେ ସମ୍ପୂର୍ଣ୍ଣ ସମୟସୂଚୀ ପାଇପାରିବେ ।
ଉଭୟ ଶ୍ରେଣୀର ପରୀକ୍ଷା ୧୭ ଫେବୃଆରୀ, ୨୦୨୬ ରେ ଆରମ୍ଭ ହେବ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ସୁପାରିଶ ଅନୁଯାୟୀ, ସିବିଏସଇ ଘୋଷଣା କରିଛି ଯେ ୨୦୨୬ରୁ, ଗୋଟିଏ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା କରାଯିବ।CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଷୟ ଉପରେ ନିର୍ଭର କରି ସକାଳ 10:30 ରୁ ଅପରାହ୍ନ 12:30 କିମ୍ବା ଅପରାହ୍ନ 1:30 ପର୍ଯ୍ୟନ୍ତ ଚାଲିବ। ଦଶମ ପରୀକ୍ଷାର ପ୍ରଥମ ଦିନରେ ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ସେହିପରି ୧୨ଶ ପରୀକ୍ଷାର ପ୍ରଥମ ଦିନରେ ବାୟୋଟେକନଲୋଜୀ, ଏଣ୍ଟ୍ରପ୍ରେନ୍ବରସିପ, ସଂସ୍କୃତ ଇଲେକ୍ଟ, ଷ୍ଟେନୋଗ୍ରାଫି ଆଦି ବିଷୟର ପରୀକ୍ଷା ହେବ । ସେହିପରି ପରୀକ୍ଷାର ଶେଷ ଦିନରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ(ଭୋକାଲ), ନେପାଳି, ଶାସ୍ତ୍ରୀୟ ସଂଗୀତ(ବାଦ୍ୟ) ଆଦି କେତେକ ବିଷୟ ରହିଛି । ସିବିଏସଇ ଏହା ମଧ୍ୟ ଘୋଷଣା କରିଛି ଯେ ଜାତୀୟ ଶିକ୍ଷାନୀତି-2020ର ସୁପାରିଶ ଅନୁସାରେ 2026ରେ ଦଶମ ଶ୍ରେଣୀ ପାଇଁ ଦୁଇଟି ବୋର୍ଡ ପରୀକ୍ଷା ଆୟୋଜନ କରାଯିବ ।



