
*ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*

ବରଗଡ:୩୧/୧୦:(ପବିତ୍ର ମେହେର):: ବରଗଡ ଜିଲ୍ଲା ଆମ୍ବଭୋନା ବ୍ଲକ୍ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦା ରେ ଶୁକ୍ରବାର ଦିନ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅମ୍ବ।ଭୋନା ଥାନା ଅଧିକାରୀ ବିପିନ୍ ବାଗ ଏବଂ ତାଙ୍କର ସହଯୋଗୀ ମାନେ କାର୍ଯକ୍ରମ ରେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ହିନ୍ଦୀ ଶିକ୍ଷକ ସୁବୋଧ ଭୋଇ କାର୍ଯକ୍ରମ କୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନବମ ଓ ଦଶମ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ହରବଲ୍ଲଭ ପ୍ରଧାନ ,ରିନା କୁମାରୀ ମେହେର, ତନୟା ଡନସନ, ପ୍ରଭାତ କୁମାର ନାୟକ, ପୁଷ୍ପାଙ୍ଗିନୀ ଭୁଏ,ମେନକା ମେହେର,ସବିତା ଦେହେରୀ, ବଳରାମ ରଣା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯକ୍ରମ ରେ ଆମ୍ବାଭୋନ ଥାନା ଅଧିକାରୀ ବିପିନ୍ ବାଗ ଅଡିଓ ଭିଜୁଆଲ୍ ମାଧ୍ୟମରେ ସମାଜ ରେ ହେଉଥିବା ସାଇବର ଠକେଇ ପ୍ରତି ସମସ୍ତଙ୍କୁ ସଚେତନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଲିଫଲେଟ୍ ବଣ୍ଟନ କରାଗଲା ଏବଂ ସେଲଫି ପଏଣ୍ଟରେ ଛାତ୍ରଛାତ୍ରୀମାନେ ଫଟୋ ଉତ୍ତୋଳନ କରିଥିଲେ। ଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷକ ସୁବୋଧ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




