ସଲାମ୍ କରିବା ଏପରି କର୍ମଚାରୀ ଙ୍କୁ, ଦେଖିବା କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ପଦାଧିକାରୀ
କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହେଉଛି ବନ ବିଭାଗ କର୍ମଚାରୀ ଙ୍କ ନିଷ୍ଠାପର କାର୍ଯ୍ୟର ଦୃଶ୍ୟ, ସଲାମ୍ କରିବ ଏପରି କର୍ମଚାରୀଙ୍କୁ, ଆଗକୁ ଦେଖିବା କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଶାସନିକ ଅଧିକାରୀ। ଯାହାକି ସୂଚନା ରହିଛି ଏହି ଭାଇରାଲ୍ ଭିଡିଓ ଟି ହେଉଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ଅଞ୍ଚଳର । ପାଟଣା ବାନାଞ୍ଚଳ ପିଛିଲା ବେଡା ନିକଟ ଅରଦଡେଇ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ନାଳ ରୁ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମହିଳା ବନ କର୍ମଚାରୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଚୋରାଚାଲାଣ କରୁଥିବା ଟ୍ରାକ୍ଟର ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ବାଲି ମାଫିଆ ମାନେ ଉକ୍ତ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ସହ ହାତାହାତି କରିଥିଲେ ଓ ବାଲି ଅନଲୋଡ କରି ସେଠାରୁ ଟ୍ରାକ୍ଟର ଧରି ଫେରାର ହୋଇଯାଇଥିବା ଦେଖିବାକୁ ମିଳେ ଏହି ଭିଡିଓ ରେ। ତେବେ ଏହି ଭାଇରାଲ୍ ଭିଡିଓ ଏବେ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚା ର କେନ୍ଦ୍ରେବିନ୍ଦୁ ପାଲଟିଥିବା ବେଳେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ଓ ପ୍ରଶାସନ ପକ୍ଷରୁ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଅଛି ଏହି ବାଲି ମାଫିଆ ଙ୍କ ବିରୋଧରେ ନା ସଲା ସୁତୁରା କରି ମାର୍ ମାର୍ ଭଣ୍ଡାରିଆ କୁ ମାର୍ ନୀତିରେ ପଦକ୍ଷେପ ଗ୍ରହଣ କରାଯାଉଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



