ନିଷିଦ୍ଧାଞ୍ଚଳରେ ବଣଭୋଜି ଦୁଇ ଦଶନ୍ଧି ର ସୁରକ୍ଷା ଉପରେ ପ୍ରଶ୍ନବାଚୀ
ଅନୁଗୋଳ, ତା ୦୩/୧୧/୨୫ରିଖ । ସାତକୋଶିଆ ଅଭୟାରଣ୍ୟର ସୁରକ୍ଷାରେ ଚରମ ଅବହେଳା । କୋଡିଏ ବର୍ଷ ଧରି ସାତକୋଶିଆ ଅଭୟାରଣ୍ୟର ନିୟମ କୁ ଉଲଙ୍ଘନ କରାଯାଇ କୋର୍ଟ ଏରିଆ ମଧ୍ୟରେ ଖୋଲା ଖୋଲି ବଣଭୋଜି ର ଆସର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଉପରେ ସନ୍ଦେହ ସୃଷ୍ଟି କରୁଛି ।ଗତ କାଲି ରବିବାର ପୁରୁଣାକୋଟ ଵନାଞ୍ଚଳର ନନ୍ଦିନୀ ନାଳରେ ନିର୍ବିଘ୍ନରେ ବାହାର ପର୍ଯ୍ୟଟକମାନଙ୍କ ଵଣଭୋଜୀ ଚାଲିଥିଲା । ପୁରୁଣା କୋର୍ଟ ଓ ଟିକରପଡା ର ମଧ୍ୟ ସ୍ଥଳୀ ରେ ମୁଖ୍ୟ ରାସ୍ତା କଡ଼ରେ ଭୋଜୀ ପାଇଁ ରୋଷେଇ ହେଲା । କିନ୍ତୁ ବନ କର୍ମଚାରୀଙ୍କ ନିଦ ଭାଙ୍ଗିଲା ନାହିଁ । ପୁରୁଣା କୋର୍ଟ ଵନାଞ୍ଚଳ ଅଫିସ ଠାରୁ ମାତ୍ର ଦୁଇ କିମି ଦୂରରେ ଘଟଣା ଘଟିଲା। ଅଥଚ ବନ ବିଭାଗ ଖବର ପାଇବା ନାହିଁ ନା ମାଣିକ ଶୁଣି ଅଣଦେଖା କରାଗଲା । ସୂଚନାଯୋଗ୍ୟ କି କୋର୍ଟ କାର୍ଯ୍ୟ ପାଇଁ ବନଖଣ୍ଡ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଅନୁଗୋଳ ହେଡକ୍ୱାଟର୍ସ ରେ ଗତ ତା ୨୮/୧୦ ଦିଗରୁ ଅନୁପସ୍ଥିତ ଥିବା ବେଳେ ଘଟଣା ଦିନ ଅନୁଗୋଳ ରେ ଉପସ୍ଥିତ ରହିଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଅବଗତ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ବନଖଣ୍ଡ ପ୍ରବେଶ ପଥରେ ଏକାଧିକ ଗାଡ଼ିରେ ସାଜ ସରଞ୍ଜାମ ଧରି ଆସିବା ସମୟରେ ତନଖି ଫାଟକରେ କିପରି ଯାଞ୍ଚ ହୋଇ ଥିଲା । ସୁରକ୍ଷା ରେ କାହାର ଅବହେଳା ପାଇଁ ଏ ଘଟଣା ଘଟିଲା । ପ୍ରଶ୍ନ ଉଠୁଛି ଅଧିକାରୀ ଙ୍କ ଅନୁପସ୍ଥିତ ସମୟରେ କର୍ମଚାରୀ ମାନେ ବନଖଣ୍ଡ ରେ କାହିଁକି ଦେଖୁଵାକୁ ମିଳନ୍ତି ନାହିଁ । ସପ୍ତାହରେ ଅଧିକାରୀ କେତେଦିନ ହେଡକ୍ୱାଟର୍ ବାହାରେ ରହନ୍ତି। ସେ ସମୟରେ ଅନ୍ୟ ଅଧିକାରୀମାନେ କୁଆଡ଼େ ଯାଇଥାଆନ୍ତି ନା ସୁଯୋଗ ଦେଖି ସେମାନେ ମଧ୍ୟ ଛୁ ମାରିଥାନ୍ତି । ସାତକୋଶିଆ ରେ ଏବେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ପରିବେଶ ପ୍ରେମୀ ଙ୍କ ଦ୍ଵାରା କରାଯାଇଛି । ଵାଘ ନଥିଲେ ମିରିଗ ନାଟ ଚାଲିଥିବା ଚର୍ଚ୍ଚାର ପରିସମାପ୍ତି କେବେ ହେବ । ଏସବୁ ସତ୍ତ୍ୱେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଅସମ୍ଭବ ଉଦାସୀନତା ପରିବେଶ ମହଲରେ ଗୁଞ ରଣ ସୃଷ୍ଟି କରୁଛି । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସତରେ କଣ ଅଣଦେଖା ହେଇଗଲା ! ଏହା ପଛରେ ରାଜ ନେତାମାନଙ୍କ ଭୂମିକା ସନ୍ଦେହ ଘେରରେ । ଯେଉଁ ବ୍ୟାଘ୍ର ପ୍ରକଳ୍ପ ଏକଦା ସୁନାମ ଅର୍ଜନ କରିବା ପଛରେ ଅଧିକାରୀ ମାନଙ୍କ ଆନ୍ତରୀକତା ଥିଲା ଏବେ ସେଥିରେ ବିଡ଼ମ୍ବନା ଦେଖା ଦେଵା ପଛରେ ରାଜନୈତିକ ହସ୍ତକ୍ଷେପ କୁ ଅନେକ ବୁଦ୍ଧିଜୀବୀ ଦାୟୀ କରିଛନ୍ତି ।



