ଆଫଗାନିସ୍ତାନ : ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।
ସ୍ବାସ୍ଥ୍ୟ ବିଭାଗର ପ୍ରବକ୍ତା ସମୀମ ଜୋୟନ୍ଦା କହିଛନ୍ତି, ଆଜି ସକାଳ ସମୟରେ ୨୦ ଜଣଙ୍କ ମୃତ୍ୟୁ ଖବର ମିଳିଥିଲା । ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।USGS ଅନୁଯାୟୀ, ସୋମବାର ସ୍ଥାନୀୟ ସମୟ ୧୨.୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଏହି ସମୟରେ ଅଧିକାଂଶ ଲୋକ ଶୋଇଥିଲେ । ଯେତେବେଳେ ହଠାତ୍ ଭୂମିକମ୍ପ ହୋଇଥିଲା ସେମାନେ ହଠାତ୍ ଭୟଭୀତ ହୋଇଯାଇଥିଲେ । ଘର ବାହାରୁକୁ ଆସିଯାଇଥିଲେ ।ସୂଚନାଯୋଗ୍ୟ, ୩୧ ଅଗଷ୍ଟ ୨୦୨୫ରେ, ପାକିସ୍ତାନ ସୀମା ନିକଟର ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୨,୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୨ ଅକ୍ଟୋବରରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୫.୧ ତୀବ୍ରତାର ସୂଚନା ଦେଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-24_07-28-24-453.jpg)