କଳିଙ୍ଗ ବାଲିଯାତ୍ରା ଉଦଘାଟିତ
ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା। ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପସ୍ଥିତ ଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ସାଂସଦ ବିଭୁ ତରାଇ ଓ ବିଧାୟକ ରମାକାନ୍ତ ଭୋଇ। କଳିଙ୍ଗ ବାଲିଯାତ୍ରାରେ ରହିଛି ୬୦୦ ଟି ଷ୍ଟଲ୍। ଏହା ୭ ଦିନ ଯାଏଁ ଚାଲିବ। ସୁରକ୍ଷା ଦୃଷ୍ଟିରୁ ମୁତୟନ ହୋଇଛନ୍ତି ୨୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୪୧ ବରିଷ୍ଠ ଅଧିକାରୀ।



