ନଦୀ କୂଳରୁ କ୍ଷତବିକ୍ଷତ ଶବ ଉଦ୍ଧାର ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଇଚିଣ୍ଡା ଅରଡେଇ ନଦୀ କୂଳରେ ସୋମବାର ଜଣେବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ଚମ୍ପୁଆ ପୁଲିସ୍ ତଦନ୍ତ କରି ଏହି ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି । ଗତ ରବିବାର ଦିନ ପ୍ରାୟ ଦୁଇଟା ସମୟରେ ମାଙ୍କଡ଼ିଆ ସାହିର ଜୈନିକ ବ୍ୟକ୍ତିଙ୍କ ମୃତ ବଳଦକୁ ପୋତିବା ପାଇଁ କାଳିକାପ୍ରସାଦ ଗ୍ରାମ କାଳନ୍ଦୀ ସାହିର କିରାଣୀ ବେହେରା ନିଜ ପୁତୁରା ଓ ରିମୁଳି ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ସହ ଇଚିଣ୍ଡା ଗ୍ରାମ ଅରଡେଇ ନଦୀ କୂଳକୁ ଯାଇଥିଲେ । ତେବେ ସେଠାରେ ମୃତ ବଳଦକୁ ପୋତିବା ବଦଳରେ କାଟୁଥିବା ଦେଖି ରିମୁଳି ଗ୍ରାମର କିଛି ଯୁବକ ଆସି ସେମାନଙ୍କୁ ମାରପିଟ କରିଥିଲେ। ସୋମବାର କିରାଣୀଙ୍କ ମୃତଦେହ ଅଉଡେଇ ନଦୀକୂଳ ରେ ପଡିଥିବା ଦେଖି ଗ୍ରାମବାସୀ ତାଙ୍କ ପୁଅ ଅନିରୁଦ୍ଧକୁ ଖବର ଦେଇଥିଲେ । ଖବର ପାଇ ଅନିରୁଦ୍ଧ ଘଟଣାସ୍ଥଳକୁ ଆସି ପିତାଙ୍କ ମୃତଦେହ ଦେଖି ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ଏସଡିପିଓ ଓ ଥାନାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତା ନେଇ ଘଟଣା ସ୍ଥଳରୁ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣା ର ଚମ୍ପୁଆ ପୁଲିସ ଛଅ ଜଣଙ୍କୁ ଗିରଫ କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




